ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍

Published By : Prameya-News7 Bureau | August 15, 2019 IST

ସମ୍ବଲପୁର ୧୫|୮: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍ର ଗେଟ୍   । ପ୍ରଥମେ ଦୁଇଟି ଗେଟ୍ ଖୋଲାଯାଇଛି । ଏହି ଗେଟ୍ ଦେଇ ଜଲ ନିଷ୍କାସିତ ହୋଇଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଇଛି । ଗତକାଲି ଗୋଟିଏ ଗେଟ୍ ଖୋଲାଯାଇଥିଲା । କିଛି ସମୟ ପରେ ୭ନମ୍ବର ଗେଟ୍ କୁ ପୁଣି ବନ୍ଦ କରାଯାଇଥିଲା । ଆଜି ପୁଣି ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯିବ । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।  ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

{"id":144506}

ଗତକାଲି ହୀରାକୁଦ ଡ୍ୟାମ୍ ର ଗୋଟିଏ ଗେଟ୍ ଖୋଲାଯାଇଥିଲା । ଗତକାଲି  ୭ ନମ୍ବର ଗେଟ୍  ଖୋଲାଯାଇଥିବା ବେଳେ ଅପରାହ୍ନ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ। ଆଜି ମୁଣ୍ଡଳି ଦେଇ ପ୍ରବାହିତ ହେବ ୧୦ଲକ୍ଷ ଘନଫୁଟ ଜଳ, ହେଲେ ବଡ଼ ବନ୍ୟାର ବିପଦ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.