ହୀରାକୁଦ ଜଳଭଣ୍ଡାରର ୪୦ଟି ଗେଟ୍ ଖୋଲା, ଜଳସ୍ତର ୬୨୫ଫୁଟ୍ ଉପରେ

Published By : Prameya-News7 Bureau | August 28, 2020 IST

ସମ୍ବଲପୁର ୨୮।୦୮:  ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଖୋଲାଗଲା ଆଉ ୪ଟି ଗେଟ୍ । ପୂର୍ବରୁ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

 ଜଳଭଣ୍ଡାରରେ ପ୍ରାୟ ୬ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ଏବେ ଜଳଭଣ୍ଡାର ଜଳସ୍ତର ୬୨୫.୫୨ ଫୁଟକୁ ଛୁଇଁଛି । ଜଳଭଣ୍ଡାରରୁ ୪୦ଟି ଗେଟ ଦେଇ ୫ ଲକ୍ଷ ୭୦ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି ।

ଶୁକ୍ରବାର ସକାଳେ ମହାନଦୀର ଖଇରମାଲ ନିକଟରେ ୯ ଲକ୍ଷ ୪୦ ହଜାର, ବରମୂଳ ନିକଟରେ ୬ ଲକ୍ଷ ୧୦ ହଜାର ଓ ମୁଣ୍ଡଳୀ ନିକଟରେ ୭ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଥିଲା । ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ନିକଟରେ ୮ ଲକ୍ଷ ରୁ ୯ ଲକ୍ଷ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାର କିଛି ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଯିବାର  ସମ୍ଭାବନା  ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.