ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଟନେଲ୍ ଭିତରେ ୫ ଘଣ୍ଟା ଫସି ରହିଲା ହୀରାଖଣ୍ଡ ଟ୍ରେନ୍: ଅଣନିଶ୍ବାସୀ ହୋଇଗଲେ ଯାତ୍ରୀ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଧରଣର ଅଘଟଣ, ଦିଆଗଲା ତଦନ୍ତ ନିର୍ଦ୍ଦେଶ

16/10/2018 at 5:33 PM

ଭୁବନେଶ୍ବର୧୬|୧୦: ରାତିଟାରେ, ପୁଣି ଟନେଲ୍ ଭିତରେ ୫ ଘଣ୍ଟା ଫସି ରହିଲା ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ, ବଡ଼ ଧରଣର ଅଘଟଣ ସିନା ଟଳିଗଲା, ହେଲେ ଅନ୍ଧାର ଭିତରେ ପୂରା ଅଣନିଶ୍ବାସୀ ହୋଇଗଲେ ଲୋକେ । ହୀରାଖଣ୍ଡ ଏକ୍ସପ୍ରେସରେ ଜଗଦଲପୁରରୁ ଭୁବନେଶ୍ବର ଆସୁଥିବା ଲୋକେ ଗତରାତିରେ ଏମିତି ପରିସ୍ଥିତିର ସାମ୍ନା କରିଥିଲେ । କିଛି ଯାତ୍ରୀ ଫେସବୁକରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଲା । ଆଉ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ଓ ଯାତ୍ରୀଙ୍କ ପ୍ରତିକ୍ରିୟା ଦେଖିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳବାଇ ।

ଟନେଲ ଭିତରେ ୫ ଘଣ୍ଟା ।  ଚାରିଆଡ଼ ଅନ୍ଧାର ଆଉ ଟନେଲ ଭିତରେ ଅଟକି ଗଲା ଟ୍ରେନ । ଯେତିକି ଯେତିକି ସମୟ ଗଡୁଛି ସେତିକି ସେତିକି ବଢୁଛି ଯାତ୍ରୀଙ୍କ ଭୟ। ଏଣେ ନିଶ୍ବାସ ନେବାରେ ବି କଷ୍ଟ ହେଉଛି। ଏମିତି କିଛି ଆତଙ୍କଭରା ସମୟକୁ ସାମ୍ନା କରୁଥିଲେ ଜଗଦଳପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସରେ ଆସୁଥିବା ଯାତ୍ରୀମାନେ। ରାତି ପ୍ରାୟ ୮ଟା ୩୫। ଟିକିରି ରାଉଳି ମଧ୍ୟରେ ଥିବା ୮ନମ୍ବର ଟନେଲ୍ ଭିତରେ ଟ୍ରେନଟି ଅଟକି ରହିଥିଲା । ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ। କିଟିକିଟିଆ ଅନ୍ଧାରରେ ଫସିରହିଥିଲେ ଯାତ୍ରୀମାନେ।

ସ୍ବାଭାବିକ ବେଗରେ ମାଡ଼ି ଚାଲିଥିଲା ଟ୍ରେନ୍ । ୮ ନମ୍ବର୍ ଟନେଲ୍ ଆଗରେ ହଠାତ୍ ବିଦ୍ୟୁତ୍ ଖୁଣ୍ଟି ପଡ଼ିଯିବାରୁ ତାର ଛନ୍ଦି ହୋଇଗଲା ।  ଡ୍ରାଇଭରଙ୍କ ଆଖିରେ ପଡୁ ପଡୁ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍ ଅଟକାଇ ଦେଲେ ସେ । ବଡ଼ ଧରଣର ଅଘଟଣ ବର୍ତ୍ତିଗଲା । ହେଲେ  ଯାତ୍ରୀମାନେ ସାମ୍ନା କଲେ ନାହିଁ ନଥିବା ଅସୁବିଧା । ମୋବାଇଲ୍ ଟାୱାର୍ ନଥିବାରୁ ଫୋନ୍ ଧରିଲାନି । ଫେସବୁକରେ ପୋଷ୍ଟ ପରେ ଘଟଣା ସାମ୍ନାକୁ ଆସିଲା । ଟେକ୍ନିକାଲ୍ ଟିମ୍ ଯାଇ ମରାମତି କରିବା ପରେ ରାତି ସାଢେ ଗୋଟାଏରେ ଟ୍ରେନ୍ ଛାଡ଼ିଲା । ଆଉ ୬ ଘଣ୍ଟା ବିଳମ୍ବରେ ଆସି ଭୋର୍ ୫ଟାରେ ପହଞ୍ଚିଲା ବ୍ରହ୍ମପୁରରେ । ଆଉ ଅପରାହ୍ନ ୩ଟାରେ ପହଞ୍ଚିଥିଲା ଭୁବନେଶ୍ବରରେ ।

ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳବାଇ । ରେଳବାଇର ଇଲେକ୍ଟ୍ରିକାଲ୍ ଡିପାର୍ଟମେଣ୍ଟ ଘଟଣାର ତଦନ୍ତ କରିବ ।

ଡ୍ରାଇଭରଙ୍କ ପାଇଁ ବଡ଼ ଧରଣରୁ ଅଘଟଣ ସିନା ଯାତ୍ରୀମାନେ ବର୍ତ୍ତିଗଲେ, ହେଲେ ଅନ୍ଧାର ଭିତରେ ୫ ଘଣ୍ଟା ଥିଲା ଯାତ୍ରୀମାନଙ୍କ ପାଇଁ କଷ୍ଟଦାୟକ ସମୟ ।

   Related Posts