ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ପ୍ରତିବାଦରେ ହିଞ୍ଜିଳି ପୌର କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | August 01, 2020 IST

ସାନଖେମୁଣ୍ଡି ୧।୮: ଲକ୍ ଡାଉନ୍, ସଟ୍ ଡାଉନ୍ ମଧ୍ୟରେ ବିଚାରା ବ୍ୟବସାୟୀ ଏବଂ ଖାଉଟିମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସରକାରୀ ଦପ୍ତରକୁ ଦୌଡିବା ସାର ହେଉଛି ।  ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜିକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ହିଞ୍ଜିଳିକାଟୁରେ ମେଡିସିନ୍ ଦୋକାନକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଯାହା ଫଳରେ ବ୍ୟବସାୟୀ ଏବଂ ଖାଉଟି ଛଟପଟ ହେଉଥିଲେ ମଧ୍ୟ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଏହାର କିଛି ସମାଧାନ କରୁନାହାନ୍ତି ।  

{"id":308536,"sizeSlug":"large"}

ଏନେଇ ସ୍ଥାନୀୟ ଅଞ୍ଚଳର ଅନେକ ବ୍ୟବସାୟୀ ପରିବାରର ଜୀବନ ଜୀବିକା ବିପର୍ଯ୍ୟସ୍ତ ହେଉଥିବାରୁ ଏହାକୁ ଦୃଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ଆଜି ବ୍ୟବସାୟୀମାନେ ଏକତ୍ରିତ ହୋଇ ପୌରପରିଷଦ ଦାୟିତ୍ଵରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।  ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଦୋକାନ ଖୋଲିବା ପାଇଁ ଅନୁମତି ନଦେଲେ ସପରିବାର ସହ ପୌରପରିଷଦ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବେ ବୋଲି ମତ ଦେଇଛନ୍ତି। ଏଥିରେ ଅନେକ ବ୍ୟବସାୟୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.