ହିଞ୍ଜିଳିକାଟୁ: ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଲୋକଙ୍କୁ ଖାଦ୍ୟ ପରଷିଲେ ଜିଲ୍ଲାପାଳ

Published By : Prameya-News7 Bureau | January 31, 2021 IST

ଗଞ୍ଜାମ୩୧/୧:  ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରପରିଷଦର ସଭାଗୃହଠାରେ ରବିବାର ସ୍ବଚ୍ଛ ସର୍ବେକ୍ଷଣ ତଥା ବଡଖାନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ସହରକୁ ସରସ ସୁନ୍ଦର ରଖିବା ପାଇଁ ନିବେଦନ କରିଥିଲେ । ଏହା ସହ ହିଞ୍ଜିଳି ତାସିଲଦାର ପ୍ରଭାତ କୁମାର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରସନ୍ନ କୁମାର ପାତ୍ର, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ପୌରପରିଷଦ ନିର୍ବାହୀ ଅଧିକାରୀ ଡାକ୍ତର ମନୋରଞ୍ଜନ ସାହୁ ଉପସ୍ଥିତ ଥିଲେ। ଏଥସହ ସହରକୁ ସୁନ୍ଦର ରଖିବା ପାଇଁ ସହାୟତା କରୁଥିବା ବ୍ୟକ୍ତି ମାନଙ୍କ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ବେଳେ ଖୋଦ ଜିଲ୍ଲାପାଳ ପୌରପରିଷଦ କର୍ମଚାରୀମାନଙ୍କୁ ଖାଦ୍ୟ ପରଷି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.