ଅନଲାଇନ ଅର୍ଡର କରିଥିଲେ ମୋମୋ, ଭିତରୁ ବାହାରିଲା କଞ୍ଚା ଚିକେନ: ରେଷ୍ଟୁରାଣ୍ଟକୁ ଦେବାକୁ ପଡିଲା ୯ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦ : ଅନଲାଇନ ଫୁଡ ଡେଲିଭରୀ ସିଷ୍ଟମ ଯୋଗୁଁ ଲୋକଙ୍କ ଜୀବନ ବହୁତ ସହଜ ହୋଇଯାଇଛି। ଲୋକେ ଘରେ ବସି ନିଜ ପସନ୍ଦର ଖାଇବା ଅର୍ଡର କରିଦେଉଛନ୍ତି। ତେବେ ବାହାର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। କିନ୍ତୁ ଯଦି ଆପଣ କୋଉ ରେଷ୍ଟୁରାଣ୍ଟ ଯାଇ ଖାଇବେ ତାହେଲେ ଭାବିବେ ବହୁତ ସଫା ସୁତୁରାରେ ଖାଦ୍ୟ ରୋଷେଇ ହେଉଛି। କିନ୍ତୁ ଅନଲାଇନ ଡେଲିଭରୀ ସେମିତି ହୁଏନାହିଁ। ଆପଣ କେଉଁଠୁ ଖାଇବା ଅର୍ଡର କରୁଛନ୍ତି, ସେ ଜାଗା କେମିତି ହେଇଥିବା ତାହା ଅନ୍ଦାଜା ଲଗାଇବା ମୁସ୍କିଲ। ୟୁକେର କର୍ଣବଲରେ ଥିବା ଏସିଆନ ବାଉଲ୍ସ ନାମକ ଚାଇନିଜ ରେଷ୍ଟୁରାଣ୍ଟ ଲୋକଙ୍କ ଏମିତି ଧୋକା ଦେଉଥିଲା।

ଏସିଆନ ବାଉଲ୍ସ ମାଲିକ କାଇ କୁଆଙ୍ଗ ଚିୟମଙ୍କୁ ସେଫଟି ଇନ୍ସପେକ୍ଟରଙ୍କ ଯାଞ୍ଚ ପରେ ୯ ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଫୁଡ ସେଫଟି ଅଧିକାରୀ ଯେତେବେଳେ ରେଷ୍ଟୁରାଣ୍ଟର ରୋଷେଇ ଘର ଯାଞ୍ଚ କଲେ ତାଙ୍କ ହୋସ ଉଡ଼ିଗଲା। ରେଷ୍ଟୁରାଣ୍ଟ ଏତେ ଅସନା ହୋଇଥିଲା ଯେ କଳ୍ପନା କରିବା ବି ମୁସ୍କିଲ। ଏହି ଅସନା ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଡେଲିଭର କରାଯାଉଥିଲା।

ଏହି ଚାଇନିଜ ରେଷ୍ଟୁରାଣ୍ଟର ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ବ୍ୟକ୍ତି ଏଠାରୁ ଅନଲାଇନ ଚିକେନ ମୋମୋ ଅର୍ଡର କରିଥିଲେ। ବ୍ୟକ୍ତି ଯେତେବେଳେ ଅର୍ଡର ଖୋଲିଲେ ମୋମୋ ଭିତରେ କଞ୍ଚା ଚିକେନ ଥିଲା। ଏହାପରେ ସେ ରେଷ୍ଟୁରାଣ୍ଟ ସମ୍ପର୍କରେ ଅଭିଯୋଗ କରିଥିଲେ।

ରେଷ୍ଟୁରାଣ୍ଟ ମାଲିକ କାଇ କୁଆଙ୍ଗଙ୍କୁ କୋର୍ଟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ୯ଟି ଧାରାରେ ଅଭିଯୋଗ ମାମଲା ରୁଜ୍ଜୁ କରି ଦୋଷୀ ସାବ୍ୟସ୍ତ କରାଯାଇଛି। କାଇଙ୍କୁ ୯ ଲକ୍ଷରୁ ଅଧିକ ଜରିମାନା ଦେବାକୁ ପଡିଲା। ତାଛଡା ରେଷ୍ଟୁରାଣ୍ଟ ମଧ୍ୟ ବହୁତ ଦିନ ଯାଏଁ ବନ୍ଦ ରହିଲା। ରେଷ୍ଟୁରାଣ୍ଟର କିଚେନ ବହୁତ ଅସନା ହୋଇଥିଲା। ତଳ ତେଲିଆ ହୋଇଥିଲା। ସେଇଠି ରୋଷେଇ ହେଉଥିଲା। ରେଷ୍ଟୁରାଣ୍ଟ ଏକ ଘରର ଆଗ ପଟ ଭାଗରେ ଚାଲିଥିଲା। ସେଠାରେ କେବଳ ଟେକଆୱେ ସୁବିଧା ଥିଲା। ମାମଲା ୨୦୨୦ ର। ଗ୍ରାହକଙ୍କ ଅଭିଯୋଗ ପରେ ଫୁଡ ସେଫଟି ଅଧିକାରୀ ଯେତେବେଳେ ଯାଞ୍ଚ କରିଥିଲେ, ରେଷ୍ଟୁରାଣ୍ଟ ବନ୍ଦ କରିଦିଆଗଲା। ବର୍ଷେ ପରେ କାଇ ନିଜ ଭୁଲ ସୁଧାରି ରେଷ୍ଟୁରାଣ୍ଟ ସଫା ସୁତୁରା କରି ପୁଣି ଖୋଲିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.