ହିନ୍ଦୁଙ୍କ ସୁରକ୍ଷାବଳୟରେ ମୁସଲିମ୍ ବିବାହ : ମାନବିକତାରେ ଧର୍ମ ନୁହେଁ ବାଧକ

Published By : Prameya-News7 Bureau | December 26, 2019 IST

କାନପୁର ୨୬/୧୨: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହିଂସାର ନିଆଁରେ ଜଳୁଥିବା କାନପୁରରେ ଡିସେମ୍ବର ୨୧ତାରିଖରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଦେଖାଯାଇଥିଲା। ହିଂସାରେ ୩ଯୁବକଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଏପରି ପରିସ୍ଥିତିରେ ବାକରଗଞ୍ଜ ବାସିନ୍ଦା ଖାନ୍ ପରିବାର ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିଲେ। ତାଙ୍କ ଝିଅ ଜିନତଙ୍କ ବରଯାତ୍ରୀ ପ୍ରତାପଗଡ଼ରୁ ଆସିବାର ଥିଲା ଏବଂ ଯେତେବେଳେ ପୁଅ ଘରଲୋକେ କାନପୁର ଉପଦ୍ରବ ବିଷୟରେ ଜାଣିଥିଲେ, ସେମାନେ ଆସିବାକୁ ମନା କରି ଦେଇଥିଲେ । ଏପରି ପରିସ୍ଥିତିରେ ପଡ଼ୋଶୀ ଘର ହିନ୍ଦୁମାନେ ତାଙ୍କୁ ଭରସା ଦେଇଥିଲେ ଏବଂ ସେମାନଙ୍କ ଜିମାରେ ତାଙ୍କୁ ଡକାଇଥିଲେ। କେବଳ ଏତିକି ନୁହେଁ ପାଖାପାଖି ଚାରି ଡର୍ଜନ ହିନ୍ଦୁଲୋକେ ବରଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଖାଇବା ପିଇବା ଏବଂ ସମସ୍ତ ବ୍ୟବସ୍ଥାରେ ନିଜର ଯୋଗଦାନ କରିଥିଲେ।

କାନପୁରରେ ବାକରଗଞ୍ଜ ବାସିନ୍ଦା ଖାନ୍ ପରିବାର ନିଜ ଝିଅର ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ଦୀର୍ଘ ଦିନ ପରେ ଘରେ ବିବାହ ହେଉଥିଲା। ଏଥିପାଇଁ ବିବାହ ପ୍ରସ୍ତୁତିରେ ସମସ୍ତେ ୬ମାସରୁ ଲାଗିଥିଲେ। ଗେଷ୍ଟ ହାଉସ୍ ମଧ୍ୟ ବୁକ୍ ହୋଇଯାଇଥିଲା ଏବଂ ବରଯାତ୍ରୀଙ୍କ ସ୍ମାଗତ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଇଥିଲା। ଘରର ସମସ୍ତ ଲୋରେ ଡିସେମ୍ବର ୨୧ତାରିଖକୁ ଅପେକ୍ଷା କରିଥିଲେ। ଏହି ସମୟରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଡିସେମ୍ବର ୧୯ତାରିଖରେ ରାଜ୍ୟର ସ୍ଥିତି ବିଗିଡ଼ିଥିଲା।

{"id":202953,"width":576,"height":466,"sizeSlug":"large"}

କାନପୁରରେ ମଧ୍ୟ ଡିସେମ୍ବର ୨୦ତାରିଖରେ ହିଂସାକାଣ୍ଡ ହୋଇଥିଲା। ଜିନତଙ୍କ ପରିବାର ଲୋକଙ୍କ ସହ ଶ୍ବଶୁର ଘର ଲୋକେ ମଧ୍ୟ ବିଚଳିତ ହୋଇ ପଡ଼ିଥିଲେ। ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ହିନ୍ଦୁ ପଡ଼ୋଶୀ ବିମଳଙ୍କ ସହ ଚାରି ଡର୍ଜନ ହିନ୍ଦୁ ଲୋକ ଜିନତଙ୍କ ବାପାଙ୍କ ସହ ଶ୍ବଶୁର ଘର ଲୋକଙ୍କୁ ବିବାହ ପାଇଁ ରାଜି କରାଇଥିଲେ। ନିଜ ଜିମାରେ ଶ୍ବଶୁରଘରଲୋକଙ୍କୁ ଡାକିଥିଲେ। ପଡ଼ୋଶୀ ବିମଳ ଚପାଡ଼ିଆ ଏହି ଅସୁବିଧା ସମୟରେ ଖାନ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପାଇଁ ଜିନତଙ୍କ ବିବାହ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। ଏଥିପାଇଁ ଖାନ୍ ପରିବାର ତାଙ୍କୁ ଯେତେ ଧନ୍ୟବାଦ ଜଣାଇଲେ ମଧ୍ୟ ତାହା କମ୍ ପଡ଼ିଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.