Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ହିନ୍ଦୁ ପର୍ବ ହେଲେ ସେମାନେ ମନ୍ଦିର ଯାଆନ୍ତି, ଆଉ ମୁସଲମାନ ପର୍ବରେ ମସଜିଦ୍ : ଭଦ୍ରକର ଏମିତି ଏକ ନିଆରା ପରିବାର ସମ୍ପର୍କରେ ଜାଣନ୍ତୁ…

3/08/2019 at 12:48 PM

ଭଦ୍ରକ ୩|୮:  ସେହି ଘରେ ଖୁସି ଅଛି , ଭଲ ପାଇବା ଅଛି, ସ୍ନେହ ଅଛି । ସ୍ବାମୀ ସ୍ତ୍ରୀ ଆଉ ଦୁଇ ପୁଅକୁ ନେଇ ହସ ଖୁସିରେ ଦିନ କଟୁଛି ଟିକି ସଂସାର । ତବେ ସେହି ଘରେ କୌଣସି ଦେବା ଦେବୀଙ୍କର ଫଟୋ ନାହିଁ । ସେମାନେ ନାସ୍ତିକ ନୁହଁନ୍ତି , ଭକ୍ତି କରନ୍ତି ଆଉ ଠାକୁରଙ୍କୁ ପୂଜା ବି କରନ୍ତି । ତବେ ଘରେ ନୁହେଁ ବାହାରେ  ।

ଭଦ୍ରକ ସହରର କଂଟା ବଣିଆରେ ଏମିତି ଏକ ପରିବାର ଅଛି ,  ଯେଉ ଘରେ କୌଣସି ଠାକୁରଙ୍କ ଫଟୋ ନାହିଁ କି ଘରେ କିଛି ପୂଜା ପାଠ କରାଯାଏ ନାହିଁ । ତବେ କାହିଁକି ସେହି ଘରେ ଠାକୁର ଫଟୋ ରଖାଯାଏ ନାହିଁ, ଆଉ ପୂଜା ହୁଏ ନାହିଁ ,ପଡନ୍ତୁ ରିପୋର୍ଟ । 

ଏହି ମହିଳାଙ୍କ ନାଁ ହେଉଛି ଅରୁଣିମା ମହାପାତ୍ର , ଭଦ୍ରକ ଜିଲ୍ଲା ପୋଲିସ କାର୍ଯୟାଳୟରେ ଚାକିରି କରିଛନ୍ତି । ତାଙ୍କ ସ୍ବାମୀ ହେଉଛନ୍ତି ହାଜି ସେକ୍ ଇସ୍ତାର , ପେଶାରେ ଜଣେ ଆଇନଜୀବି । ୧୯୯୫ ମସିହାରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଭଦ୍ରକ ସହରର କଂଚାବଣିଆରେ ନିଜ ଘରେ ରହୁଛନ୍ତି ।  ଦୁଇଟି ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ବଡ ପୁଅ ନାଁ ସମୀବ , ଆଉ ସାନ ପୁଅ ନାଁ ସମୀର । ପତ୍ନୀ ହିନ୍ଦୁ ଆଉ ପତି ମୁସଲମାନ ।

ସେଥିପାଇଁ କୌଣସି ଧର୍ମର କିଛି ବି ଆଧ୍ୟତ୍ମିକ ଫଟୋ ଘରେ ରଖି ନାହାଁନ୍ତି । ଏପରିକି ଘରେ ନମାଜ ପାଠ କରନ୍ତି ନାହିଁ । ଆରୁଣିମା ହିନ୍ଦୁ ପର୍ବ ପର୍ବ।ଣୀରେ ଘରେ ଉପବାସ ରଖନ୍ତି , ଆଉ ବ୍ରତ ପାଳନ୍ତି । ଏଥିରେ ସ୍ବାମୀ ତାଙ୍କୁ ସାହାଯ୍ୟ କରନ୍ତି । 

ଏମାନଙ୍କର ଦୁଇଟି ପୁଅ । ବାପା ସହ କେତବଳେ ମସଜିଦ ଯାଆନ୍ତି ତ ପୁଣି ମାଆ ସହ ମନ୍ଦିରକୁ ଯାଆନ୍ତି । ଘରେ ହିନ୍ଦୁ ପର୍ବ ପର୍ବ।ଣୀରେ ପିଠା ପଣା ସହ ନୂଆ ପୋଷାକ ପିନ୍ଧନ୍ତି , ଆଉ ମୁସଲମାନ ପର୍ବ ପର୍ବ।ଣୀରେ ବି ନୂଆ ପୋଷାକ ପିନ୍ଧନ୍ତି। ଏଥିପାଇଁ ପୁଅ ସମୀର ବହୁତ ଖୁସି ବୋଲି କହନ୍ତି । ହିନ୍ଦୁ କି ମୁସଲମାନ ବିବାହ ପରମ୍ପରାରେ ସେମାନେ ବିବାହ କରିବେ ନାହିଁ , ବରଂ କୋର୍ଟ ମ୍ୟାରେଜ କରିବେ ବେଲି ହସି ହସି କହନ୍ତି ସମୀର । 

   Related Posts