Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ବାଂଲାଦେଶ କୋର୍ଟରେ ହିନ୍ଦୁ ବିଧବା ମହିଳାଙ୍କ ବିଜୟ, ସ୍ବାମୀଙ୍କ ସମ୍ପତିରେ ପୂରା ଅଧିକାର

4/09/2020 at 6:59 PM

ବାଂଲାଦେଶ ୦୪/୦୯:  ପ୍ରଥମ ଥର ପାଇଁ ବାଂଲାଦେଶରେ ହିନ୍ଦୁ ବିଧବା ମହିଳାଙ୍କୁ ମିଳିଛି ଅଧିକାର  । ବାଂଲାଦେଶ ହାଇକୋର୍ଟରେ ବିଜୟୀ ହୋଇଛନ୍ତି ହିନ୍ଦୁ ବିଧବା । ବାଂଲାଦେଶ ହାଇକୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ । ଏଣିକି ହିନ୍ଦୁ ବିଧବାଙ୍କୁ ମିଳିବ  ନିଜର ମୃତ ସ୍ବାମୀଙ୍କ ସମ୍ପତିର ଅଧିକାର ।  ଏହାସହ ସମ୍ପତି ବିକ୍ରି କରିପାରିବାର ଅଧିକାର ମଧ୍ୟ ପାଇଛନ୍ତି ହିନ୍ଦୁ ବିଧବା ମହିଳା ।

ଚଳି ଆସିଥିବା ନିୟମ ଅନୁଯାୟୀ ହିନ୍ଦୁ ବିଧବାଙ୍କୁ କେବଳ ସ୍ବାମୀଙ୍କର ବାସଗୃହ ଉପରେ ଅଧିକାର ଥିଲା । କିନ୍ତୁ କୃଷି-ଅଣକୃଷି ଜମି ବା ଅନ୍ୟାନ୍ୟ ଜମି ଉପରେ ସେମାନଙ୍କର ଅଧିକାର ନଥିଲା ।  ହାଇକୋର୍ଟଙ୍କ ରାୟ ଆସିବା ପରେ ଏବେ ସେମାନଙ୍କୁ ସବୁ ସମ୍ପତିର ଅଧିକାର ସହ ନିୟମ ଅନୁସାରେ ସମ୍ପତି ବିକ୍ରି କରିବାକୁ ବି ଅନୁମତି ମିଳିବ ।

ତେବେ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଖୁଲନା ଜିଲ୍ଲାର ବାସିନ୍ଦା ଜ୍ୟୋତିନ୍ଦ୍ରନାଥ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ୭ ମାର୍ଚ୍ଚ ୨୦୦୪​‌ରେ ଖୁଲନା ଜିଲ୍ଲା ଜଜ ଜ୍ୟୋତିନ୍ଦ୍ରନାଥଙ୍କ  ଦ୍ବାରା ଦାୟର ମାମଲାର ଶୁଣାଣି କରି ତାଙ୍କ ବଡ଼ଭାଇଙ୍କ ବିଧବା ପତ୍ନୀ ଗୌରୀ ଦାସୀଙ୍କୁ ତାଙ୍କ ମୃତ ସ୍ବାମୀଙ୍କ ସମ୍ପତିର ଭାଗ ମିଳିବ ବୋଲି ରାୟ ଶୁଣାଇଥିଲେ ।

ତେବେ ହାଇକୋର୍ଟଙ୍କ ରାୟକୁ ଖୁବ ପ୍ରଶଂସା ମିଳିଛି । ହିନ୍ଦୁ-ବୌଦ୍ଧ-ଖ୍ରୀଷ୍ଟିଆନ ଓଇକ୍ୟା ପରିଷଦର ମହାସଚିବ ରାଣା ଦାସ ଗୁପ୍ତା ହାଇକୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି । ଏହା ଏକ ଐତିହାସିକ ରାୟ ଓ ଏହା ଦ୍ବାରା ହିନ୍ଦୁ ବିଧବାଙ୍କୁ ସୁରକ୍ଷା ମିଳିବ ବୋଲି କହିଛନ୍ତି ରାଣା ଦାସ ।  

   Related Posts