ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ପିଏମ୍‌ ଇମ୍ରାନ ଖାନ ଦେଲେ ଏହି ଆଦେଶ

Published By : Prameya-News7 Bureau | February 19, 2019 IST

ପାକିସ୍ତାନର ସିନ୍ଧ ପ୍ରାନ୍ତର କିଛି ସଇତାନ ଲୋକ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ମନ୍ଦିରରେ ଥିବା ପବିତ୍ର ଗ୍ରନ୍ଥ ଓ ମୂର୍ତ୍ତିରେ ନିଆଁ ଲଗାଇଛନ୍ତି। ତେବେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବାର ଆଦେଶ ମିଳିଛି । ଏହା ସହ ସେମାନଙ୍କୁ ଉଚିତ୍‌ ଦଣ୍ଡ ମଧ୍ୟ ମିଳିବ। ଗତ ସପ୍ତାହ ଏହି ଘଟଣାଟି କୁମ୍ଭ ସହରର ଖେରପୁର ଜିଲ୍ଲାରେ ହୋଇଛି। ଭଙ୍ଗା ରୁଜା କରିଲା ପରେ ମନ୍ଦିରରେ ହମଲା କରିଥିବା ଲୋକେ ଫେରାର ହୋଇଯାଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣା ପରେ ଟୁଇଟ୍‌ରେ ପ୍ରାନ୍ତୀୟ ପ୍ରଶାସନ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କହିଛନ୍ତି।

{"id":86602}

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ସିନ୍ଧ ସରକାରକୁ ଦୋଶୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍‌। ଏହି ଶିକ୍ଷା କୁରାନରେ ଦିଆଯାଇନାହିଁ”। ହିନ୍ଦୁ କମ୍ୟୁନିଟି ଏହି ବଦମାସ ଲୋକଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିଛନ୍ତି। ମନ୍ଦିରଟି ହିନ୍ଦୁ ଲୋକଙ୍କ କମ୍ୟୁନିଟି ପାଖାପାଖି ଥିଲା। ତେଣୁ ମନ୍ଦିର ଦେଖାରଖା କରିବା ପାଇଁ କାହାକୁ ରଖା ଯାଇନଥିଲା। ମନ୍ଦିର ପାଖରେ ଥିବାରୁ ସୁରକ୍ଷିତ ରହିବ ବୋଲି ଭାବିଥିଲେ ହିନ୍ଦୁ ଲୋକେ । ପାକିସ୍ତାନ ହିନ୍ଦୁ ପରିଷଦର ଉପଦେଷ୍ଟା ରାଜେଶ କୁମାର ହରଦସାନୀ ଦିନ୍ଦୁ ମନ୍ଦିରର ସୁରକ୍ଷା ପାଇଁ ବିଶେଷ କାର୍ଯ୍ୟ ବଳ ଗଠନ କରିବାର ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ହିନ୍ଦୁ କମ୍ୟୁନିଟିରେ ଅଶାନ୍ତି ସୃଷ୍ଟି କରିଦେଇଛି। ତେବେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିସାରିଛି ଓ ହମଲା କରିଥିବା ଲୋକଙ୍କୁ ଖୋଜା ଚାଲିଛି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.