Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ପାକିସ୍ତାନରେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ… ପଢ଼ନ୍ତୁ ପୂରା ଖବର

7/11/2019 at 5:35 PM

ଇସ୍ଲାମାବାଦ୭/୧୧: ପାକିସ୍ତାନରେ ହିନ୍ଦୁ ଛାତ୍ରୀଙ୍କ ହତ୍ୟା ଘଟଣାରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।  ଛାତ୍ରୀଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା କଥା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ସେପ୍ଟେମ୍ବର ମାସରେ ହଷ୍ଟେଲର ଏକ ରୁମରୁ ସନ୍ଦିଗ୍ଧ ଅବସ୍ଥାରେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଏହାପରେ ପୋଲିସ ଖୋଳତାଡ଼ ଆରମ୍ଭ କରି ଦେଇଥିଲା।

ସେପ୍ଟେମ୍ବର ୨୬ ତାରିଖରେ ଲରକାନାର ଶହୀଦ୍ ମୋହତରମା ବେନଜିର୍ ଭୁଟ୍ଟୋ ୟୁନିଭର୍ସିଟିରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ହତ୍ୟା କରି ସିଲିଂ ଫ୍ୟାନରେ ଟାଙ୍ଗି ଦେଇଥିଲେ। ଏହି ଛାତ୍ରୀ ଡାକ୍ତରୀ ପାଠ ପଢ଼ୁଥିଲେ। ସେ ଏହି ବିଶ୍ବ ବିଦ୍ୟାଳୟରେ ବ୍ୟାଚଲର ଅଫ୍‌ ଡେଣ୍ଟାଲ ସର୍ଜରୀ ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ।

ପାକିସ୍ତାନରେ ହିନ୍ଦୁ ଛାତ୍ରୀଙ୍କ ହତ୍ୟା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା କଥା ଚନ୍ଦକା ମେଡ଼ିକାଲ କଲେଜର ମହିଳା ଡାକ୍ତର ଅମୃତା ସୂଚନା ଦେଇଛନ୍ତି। ଛାତ୍ରୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ପରେ ତଣ୍ଟିଚିପି ହତ୍ୟା କରି ସିଲିଂ ଫ୍ୟାନରେ ଝୁଲାଇ ଦିଆଯାଇଥିଲା।

   Related Posts