Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏହି ହିନ୍ଦୁ ପରିବାର ପାକିସ୍ତାନରେ କରୁଛନ୍ତି ରାଜୁତି : ପାକିସ୍ତାନୀ ମଧ୍ୟ ତାଙ୍କ ଆଗରେ ନୁଆଁଇଥାଆନ୍ତି ମୁଣ୍ଡ

10/03/2019 at 3:31 PM

ଇସଲାମାବାଦ ୧୦/୩: ୧୯୪୭ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିଭାଜନକୁ ଦୁଇ ଦେଶର ଲୋକେ ଆଜି ଯାଏଁ ଭୁଲି ନାହାନ୍ତି। ସେହି ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଦୁଇ ଦେଶର ଲୋକେ ନିଜ ଘର ଛାଡ଼ି ଦେଶ ଅଦଳ ବଦଳ କରିଥିଲେ। ହଜାର ହଜାର ସଂଖ୍ୟକ ମୁସଲିମ୍ ପାକିସ୍ତାନରେ ରହିଥିଲେ। ଲକ୍ଷ ଲକ୍ଷ ଲୋକେ ଭାରତକୁ ଆସିବାକୁ ଉଚିତ୍ ମଣିଥିଲେ। ଆପଣ ଏକଥା ଜାଣିଛନ୍ତି ଯେ ବିଭାଜନ ବେଳେ ଅନେକ ହିନ୍ଦୁ ପରିବାର ପାକିସ୍ତାନରେ ରହିଗଲେ ଏବଂ ଅନେକ ମୁସଲମାନ ଭାରତରେ ରହିବାର ନିଷ୍ପତ୍ତି ନେଇଥିଲେ।

ଆଜି ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ସେଠାରେ ତାଙ୍କୁ ଖରାପ ବ୍ୟବହାର କରାଯାଉଛି। କିନ୍ତୁ ଆଜି ଆମେ ଆପଣଙ୍କୁ ପାକିସ୍ତାନରେ ରହୁଥିବା ଏପରି ଏକ ହିନ୍ଦୁ ପରିବାର ବିଷୟରେ କହିବା ଯାହାର ପାକିସ୍ତାନରେ ଏକ ଅଲଗା ପ୍ରାଧାନ୍ୟ ରହିଛି। ଏହି ପାକିସ୍ତାନୀ ହିନ୍ଦୁ ପରିବାର ଆଉ କେହି ନୁହଁ ବରଂ ଅମରକୋଟ ରାଜବଂଶର ରାଜା ହମୀର ସିଂହଙ୍କ ପୁଅ କରଣୀ ସିଂହ ଯିଏ ପାକିସ୍ତାନରେ ରାଜପୁତ କୁଟୁମ୍ବ ସହ ରହୁଛନ୍ତି। ବାସ୍ତବରେ ଭାରତ ଏବଂ ପାକିସ୍ତାନ ବିଭାଜନ ସମୟରେ କେତେକ ରାଜବଂଶ ପାକିସ୍ତାନରେ ରହି ଯାଇଥିଲେ। ଅମରକୋଟ ରାଜବଂଶ ଏଥରୁ ଗୋଟିଏ। କରଣୀ ସିଂହଙ୍କ ବାପା ହମୀର ସିଂହଙ୍କ ପାକିସ୍ତାନ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ତାଙ୍କ ଏହି ଦବଙ୍ଗଗିରି ପାଇଁ ସେ ପାକିସ୍ତାନରେ ପ୍ରସିଦ୍ଧ ଅଟନ୍ତି। ପାକିସ୍ତାନରେ ହିନ୍ଦୁଙ୍କ ଅବସ୍ଥା ଠିକ୍ ନାହିଁ ଏବଂ ତାଙ୍କୁ ତାଙ୍କ ମୈାଳିକ ଅଧିକାରରୁ ବଞ୍ଚିତ ରଖାଯାଉଛି।

କିନ୍ତୁ ରାଜା ହମୀର ସିଂହଙ୍କ ପରିବାରକୁ ସେଠାକାର ବଡ଼ ବଡ଼ ନେତା ମଧ୍ୟ ଡରିଥାଆନ୍ତି। ସବୁ ମୁସଲିମ୍ ତାଙ୍କୁ ସଲାମ କରନ୍ତି। ଏହି ହିନ୍ଦୁ ପରିବାର ପାକିସ୍ତାନରେ ଆରାମଦାୟକ ଜୀବନଯାପନ କରୁଛନ୍ତି। ୮୦୦ବର୍ଷରୁ ସୋଢ଼ା ରାଜପୁତ ଅମରକୋଟରେ ରାଜୁତି କରି ଆସୁଥିଲେ।

   Related Posts