ଆରମ୍ଭ ହେଲା ହିନ୍ଦୁ ନବବର୍ଷ : ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ରହିବ , କେଉଁ ରାଶି ପାଇଁ ରହିବ ଅଶୁଭ

Published By : Prameya-News7 Bureau | March 25, 2020 IST

ଆଜିଠୁ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଯାଇଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ।

ହିନ୍ଦୁ ନବବର୍ଷର ଆରମ୍ଭ ବିକ୍ରମାଦିତ୍ୟ କରିଥିଲେ। ଏଥିପାଇଁ ଏହାକୁ ବିକ୍ରମ ସଓ୍ବନ୍ତ ମଧ୍ୟ କୁହାଯାଇଥାଏ। ଏହି ଦିନଠୁ ବାସନ୍ତୀ ନବରାତ୍ରି ଆରମ୍ଭ ହୋଇଥାଏ। ଏହି ଦିନଠୁ ସୂର୍ଯ୍ୟ,ଭଚକ୍ରର ପ୍ରଥମ ରାଶି ମେଷରେ ପ୍ରବେଶ କରିଥାଏ। ତେବେ ଆସନ୍ତୁ ଜାଣିବା ସମସ୍ତ ୧୨ରାଶି ପାଇଁ ନୂଆ ହିନ୍ଦୁ ନବବର୍ଷ କିପରି ଆରମ୍ଭ ହେବ

{"id":244059,"sizeSlug":"large"}

ମେଷ : ମେଷ ରାଶିର ବ୍ୟକ୍ତିଙ୍କ ଜମିବାଡ଼ି ମାମଲାରେ ଫାଇଦା ହେବ। ଆପଣ ସମ୍ପତ୍ତି କିଣି କିମ୍ବା ବିକ୍ରି କରି ଏବର୍ଷ ଲାଭ ପାଇବେ। ଆପଣଙ୍କ ଜୀବନଶୈଳୀ ଏବଂ ସାମାଜିକ ସ୍ତରରେ ସୁଧାର ଆସିବ। କାରିୟର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆପଣ କାର୍ଯ୍ୟ​କ୍ଷେତ୍ରରେ ଉଚ୍ଚ ପଦ ପାଇବାରେ ସଫଳ ହୋଇପାରନ୍ତି। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

{"id":244060,"sizeSlug":"large"}

ବୃଷ : ନୂଆ ହିନ୍ଦୁ ନବବର୍ଷ ବୃଷ ରାଶିର ବ୍ୟକ୍ତିଙ୍କ ଶୁଭ ସାବ୍ୟସ୍ତ ହେବ। ଯେଉଁମାନେ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି କିମ୍ବା ବିଦେଶରେ ରହିବାକୁ ଚାହୁଁଛନ୍ତି ତେବେ ଆପଣ ମାନ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

{"id":244061,"sizeSlug":"large"}

ମିଥୁନ : ଏବର୍ଷ ମିଥୁନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟ ସହାୟକ ହେବ। ଆପଣ ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଆପଣଙ୍କ ଆମଦାନୀ ଦୁଇଗୁଣା ହୋଇପାରେ। ଆପଣଙ୍କ ପରିବାରର ଭବିଷ୍ୟତ ଶୁଭ ହେବ।

{"id":244062,"sizeSlug":"large"}

କର୍କଟ : କର୍କଟ ରାଶିର ବ୍ୟକ୍ତିଙ୍କ କର୍ମର ଶୁଭ ଫଳ ଏବର୍ଷ ମିଳିପାରେ। ଆପଣଙ୍କ ଆମଦାନୀରେ ବୃଦ୍ଧି ଘଟିପାରେ। ବ୍ୟବସାୟରେ ଲାଭ ହେବ।

{"id":244063,"width":574,"height":403,"sizeSlug":"large"}

ସିଂହ : ସିଂହ ରାଶିର ବ୍ୟକ୍ତିଙ୍କୁ ନିଜ ରୋଜଗାରର ସର୍ବାଧିକ ମାତ୍ରା ନିଜ ସ୍ବାସ୍ଥ୍ୟ ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ଏବର୍ଷ ଆପଣ କୌଣସି କାର୍ଯ୍ୟ ତରବରିଆ ଭା​‌ବେ କରିବେ ନାହିଁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ଫାଇଦା ଏବଂ କ୍ଷତି ବିଷୟରେ ନିଶ୍ଚୟ ଭାବିବେ। ଏହା ଦ୍ବାରା ଆପଣ ଧନହାନିରୁ ବର୍ତ୍ତିପାରିବେ। ଆଶାବାଦୀ ଏବଂ ସାମାଜିକ ହେବା ଦ୍ବାରା ଆପଣଙ୍କୁ ସକରାତ୍ମକ ପରିଣାମ ପ୍ରାପ୍ତ ହେବ। ଗୁରୁଜନଙ୍କ କଥା ମାନିବେ।

{"id":244064,"sizeSlug":"large"}

କନ୍ୟା: ଏବର୍ଷ ଆପଣଙ୍କ ପାଇଁ ସଫଳ ରହିବ। ଆପଣ ଆର୍ଥିକ କ୍ଷେତ୍ରରେ ସଫଳ ହେବେ। ଏହି ରାଶିର ବ୍ୟକ୍ତିଙ୍କୁ ସମ୍ମାନ ଏବଂ ପ୍ରଶଂସା ମିଳିବ। ବ୍ୟବସାୟରେ ଲାଭ ହେବ। ସମ୍ପର୍କରେ ବାଧା ସୃଷ୍ଟି ହେବ।

{"id":244065,"sizeSlug":"large"}

ତୁଳା : ଆପଣଙ୍କ କର୍ମ ଭାବ ସକ୍ରିୟ ଅବସ୍ଥାରେ ରହିବ। କାର୍ଯ୍ରକ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣଙ୍କ ମାଆଙ୍କ ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ।

{"id":244066,"sizeSlug":"large"}

ବିଛା : ଆପଣ ସମସ୍ୟାବହୁଳ ପରିସ୍ଥିତିରୁ ବାହାରି ଆସି ପାରନ୍ତି। ଆପଣଙ୍କ ଆତ୍ମଶକ୍ତି ବୃଦ୍ଧି ଘଟିବ। ଭାଗ୍ୟ ଆପଣଙ୍କୁ ସହାୟକ ହେବ। ଚାକିରୀ କରୁଥିବା ବ୍ୟକ୍ତିଙ୍କ ଆମଦାନୀରେ ବୃଦ୍ଧି ଘଟିପାରେ। ଆପଣଙ୍କୁ ନୂଆ ସୁବିଧା ସୁଯୋଗ ମିଳିବ।

{"id":244067,"width":589,"height":471,"sizeSlug":"large"}

ଧନୁ : ନୂଆବର୍ଷରେ ଆପଣଙ୍କ ଚିନ୍ତା ବଢ଼ିପାରେ ଯାହା ଫଳରେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ। ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିପାରେ। ଆପଣଙ୍କ ଭାଷାରେ କଠୋରତା ପରିବାରରେ ସମସ୍ୟା ସୃଷ୍ଟି କରିପାରେ।

{"id":244068,"sizeSlug":"large"}

ମକର : ମକର ରାଶିର ବ୍ୟକ୍ତିମାନେ ନୂଆ ସମ୍ପର୍କ ଏବଂ ବ୍ୟାବସାୟିକ ସମ୍ପର୍କ ସୃଷ୍ଟି ହୋଇପାରେ। ଆପଣଙ୍କ ଯାତ୍ରା ସଫଳ ରହିବ।

{"id":244069,"sizeSlug":"large"}

କୁମ୍ଭ : ଏହି ରାଶିର ବ୍ୟକ୍ତିଙ୍କ ଶତ୍ରୃଙ୍କ ସଂଖ୍ୟା ବଢ଼ିପାରେ। ଆପଣଙ୍କର ଧାର ବଢ଼ିପାରେ। ଆପଣ ନିଜ ଖର୍ଚ୍ଚକୁ ନେଇ ସାବଧାନ ରୁହନ୍ତୁ ଏବଂ ଆମଦାନୀ ଏବଂ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଉଦ୍ୟମ କରନ୍ତୁ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ।

{"id":244070,"sizeSlug":"large"}

ମୀନ : ମୀନ ରାଶିର ବ୍ୟକ୍ତିଙ୍କ ପରିବାରରେ କୌଣସି ନୂଆ ସଦସ୍ୟ ପ୍ରବେଶ କରି ପାରନ୍ତି। ଏହି ରାଶିର ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ମିଳିପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.