Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହିନ୍ଦୁଙ୍କ ପାଇଁ ନର୍କ ବାଂଲାଦେଶ : ୯ ବର୍ଷରେ ଭାଙ୍ଗିଛି ୪୦୦୦ ଘର ଓ ମନ୍ଦିର, ଶାନ୍ତିରେ ବଞ୍ଚିବା ବି କଷ୍ଟକର

19/10/2021 at 11:08 AM

ଢାକା, ୧୯/୧୦:  ବାଂଲାଦେଶର ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ସମସ୍ତ ସୀମା ଟପିଛି । କିଛି ମୌଳବାଦୀ ସଙ୍ଗଠନ ସେଠାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିବା ସହ ସଂଖ୍ୟାଲଘୁଙ୍କୁ ହତ୍ୟା ମଧ୍ୟ କରିଛନ୍ତି । ଯାହାକୁ ନେଇ ବାଂଲା ସରକାର କାଠଗଡାକୁ ଟାଣି ହୋଇ ଆସିଛନ୍ତି । ଏହା ନୂଆ କଥା ନୁହେଁ । ଗତ ଦଶନ୍ଧୀ ଧରି ସଂଖ୍ୟାଲଘୁଙ୍କ ଉପରେ ବାଂଲାଦେଶରେ ଆକ୍ରମଣ ବଡିବାରେ ଲାଗିଛି ।

ରିପୋର୍ଟ ଅନୁସାରେ, ଗତ ୯ ବର୍ଷରେ ୩୭୨୧ ହିନ୍ଦୁ ଘର ଭାଙ୍ଗି ଦିଆଯାଇଛି । ଢାକା ଟ୍ରିବ୍ୟୁନର ରିପୋର୍ଟ ମୁତାବକ, ଗତ ୫ ବର୍ଷ ମଧ୍ୟରେ ୨୦୨୧ ହେଉଛି ହିନ୍ଦୁଙ୍କ ପାଇଁ ଅଶୁଭ ବର୍ଷ । ଚଳିତ ବର୍ଷରେ ୧୬୭୮ ହିନ୍ଦୁ ଘର ଓ ମନ୍ଦିର ଉପରେ ଆକ୍ରମଣ ହୋଇଛି । ହିନ୍ଦୁଙ୍କୁ ସେମାନଙ୍କ ଧର୍ମ ପାଳନ ସହ ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରାଯାଇଛି । ଦୁର୍ଗାପୂଜାର ପବିତ୍ର ନବମୀରେ କାମିଲା ଅଞ୍ଚଳରେ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା କରାଯାଇଥିଲା । ୪ ଘଣ୍ଟା ଧରି ମୌଳବାଦୀମାନେ ଉତ୍ପାତ ଚଳାଇଥିଲେ । ଏହାସହ ୪ଜଣ ନୀରିହଙ୍କୁ ହତ୍ୟା ମଧ୍ୟ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ୨୨ ଜିଲ୍ଲାରେ ସେନା ମୁତୟନ କରିବାକୁ ପଡିଥିଲା ।

ଗତ ୩ ବର୍ଷରେ ୧୮ଟି ହିନ୍ଦୁ ପରିବାର ବାଂଲାଦେଶରେ ହିଂସାର ସାମ୍ନା କରିଛନ୍ତି । ତେବେ ପ୍ରକୃତ ସଂଖ୍ୟା ଏହାଠୁ ଅଧିକ ହୋଇପାରେ ।୨୦୧୪ରେ ମଧ୍ୟ ୧୨୦୧ଜଣ ସଂଖ୍ୟାଲଘୁଙ୍କ ଘରେ କଠୋରପନ୍ଥୀମାନେ ଭଙ୍ଗାରୁଜା କରିଥିଲେ । ଦେବାଦେବୀଙ୍କ ମୂର୍ତ୍ତିକୁ ମଧ୍ୟ ଭାଙ୍ଗି ପକାଇଥିଲେ ।

ସୂଚନାଯୋଗ୍ୟ, ନିକଟରେ ଦଶହରା ନବମୀରେ ହୋଇଥିବା ହିଂସା ପଛରେ ଗୁଜବ ହେଉଚି ବଡ କାରଣ । କୋରାନକୁ ଅପମାନ କରାଯାଇଥିବା ଗୁଜବ ପ୍ରଚାରିତ ହେବା ପରେ ହିଂସାକାଣ୍ଡ ଘଟିଥିଲା । ଶହଶହ ହିନ୍ଦୁ ହିଂସାକାଣ୍ଡର ଶିକାର ହୋଇଥିଲେ । ଏଥିରେ ୭୦ ଜଣ ଆହତ ହୋଇଥିବା ବେଳେ ୧୩୦ ଘର, ଦୋକାନ ଉପରେ ମୌଳବାଦୀମାନେ ଆକ୍ରମଣ କରିଥିଲେ ।

   Related Posts