Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଜମାତ ସଦସ୍ୟଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପଡିଲା ମହଙ୍ଗା, ଗିରଫ ହେଲେ ପୂଜା ପାଣ୍ଡେ

8/04/2020 at 1:04 PM

ନୂଆଦିଲ୍ଲୀ, ୦୮|୦୪: ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ପୂଜା ଶକୁନ୍ ପାଣ୍ଡେଙ୍କୁ ପୋଲିସ ଗିରଫ କରିଛି । କାରଣ ସେ ତବଲୀଗୀ ଜମାତରେ ସାମିଲ ହୋଇଥିବା ସଦସ୍ୟଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏପରିକି ଜମାତରେ ଉପସ୍ଥିତ ଥିବା ସଦସ୍ୟଙ୍କୁ ଗୁଳି କରାଯାଉ ବୋଲି ସେ କହିଥିଲେ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଏହାସହ ଦେଶରେ କରୋନା ସଂକ୍ରମଣ କରିଥିବା ଅଭିଯୋଗରେ ମୌଲାନାଙ୍କୁ ଗୁଳି କରାଯାଉ ବୋଲି ସେ କହିଥିଲେ ।

ଏକ ପ୍ରେସ କନଫରେନ୍ସରେ ପୂଜା କହିଥିଲ ଯେ, ସେ ୧୩୦ କୋଟି ଜନତାଙ୍କ ତରଫରୁ ମୋଦୀଙ୍କୁ ଚିଠି ଲେଖିଛନ୍ତି । କରୋନା ଭାଇରସ ବ୍ୟାପିବା ପାଇଁ ମୌଲାନାମାନେ ଦାୟୀ । ସେମାନେ ପୋଲିସ ଓ ଡାକ୍ତରଙ୍କୁ ଦୁର୍ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁଛନ୍ତି । ତେଣୁ ଜମାତ ଉପରେ ବ୍ୟାନ ଲଗାଯାଉ । ସେମାନେ ଦେଶରେ ଏହି ମହାମାରୀ ସଂକ୍ରମଣ କରିଛନ୍ତି । ତେଣୁ ସେମାନଙ୍କୁ ଗୁଳି କରାଯାଉ ।

ଏହା ପୂର୍ବରୁ ମଧ୍ୟ ପୂଜା ଚର୍ଚ୍ଚାରେ ରହିଥିଲେ । ସେ ଜାନୁଆରୀ ୩୦, ୨୦୧୯ରେ ମହାତ୍ମ ଗାନ୍ଧୀଙ୍କ ପୁଣ୍ୟତିଥୀରେ ଗାନ୍ଧୀଙ୍କ କୁଶପୁତଳିକାକୁ ଗୁଳି ମାରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ସେ ଓ ତାଙ୍କ ପତି ଜେଲ ଯାଇଥିଲେ ।

ପୋଲିସର କହିବାନୁସାରେ, ଗାନ୍ଧୀପାର୍କ ଥାନା ଅଞ୍ଚଳରେ ପୂଜା ଓ ତାଙ୍କ ପତି ଅଶୋକ ପାଣ୍ଡବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଇପିସି ଧାରା ୧୫୩ଏ ଓ ୫୦୨(୨)ରେ ମାମଲା ରୁଜୁ ହୋଇଛି । କାରଣ ସେ ଏକ ସମୁଦାୟ ଉପରେ ବିବଦୀୟ ବୟାନ ଦେଇଥିଲେ ।

   Related Posts