Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତାଜମହଲ ପରିସରରେ ଶିବ ପୂଜା କଲେ ହିନ୍ଦୁ ମହାସଭା ପଦାଧିକାରୀ, ହାଜତକୁ ନେଲା ପୋଲିସ

11/03/2021 at 3:36 PM

ଆଗ୍ରା ୧୧/୦୩ : ମହାଶିବରାତ୍ରି ଅବସରରେ ହିନ୍ଦୁ ମହାସଭାର ସ୍ଥାନୀୟ ଅଧ୍ୟକ୍ଷ ମୀନା ଦିବାକର ତାଜମହଲ ପରିସରରେ ପହଞ୍ଚି ଶିବ ପୂଜା କରିଛନ୍ତି। ତାଜମହଲ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଯବାନ ମୀନା ଦିବାକରଙ୍କ ସମେତ ୩ କାର୍ଯ୍ୟକର୍ତ୍ତାଙ୍କୁ ହାଜତକୁ ନେଇ ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର କରିଛନ୍ତି। ୩ଜଣଙ୍କୁ ନେଇ ପୋଲିସ ତାଜଗଂଜ ଥାନାରେ ପହଞ୍ଚିଥିଲା। ତାପରେ ମହାସଭା କାର୍ଯ୍ୟକର୍ତ୍ତା ମୀନା ଦିବାକରଙ୍କୁ ଛାଡିବାକୁ ଥାନା ଘେରାଉ କରିଥିଲେ।

ମହାଶିବରାତ୍ରି ଅବସରରେ ମୀନା ଦିବାକର ନିଜର ଦୁଇ କାର୍ଯ୍ୟକର୍ତ୍ତାଙ୍କ ସହ ତାଜମହଲ ଭିତରେ ପ୍ରବେଶ କରିଥିଲେ। ଡାୟନା ବେଞ୍ଚରେ ବସି ଶିବ ପୂଜା କରିଥିଲେ। ସେ ତାଜମହଲକୁ ତେଜୋ ମହାଳୟ ମାନି ବିଧିବଦ୍ଧ ଭାବେ ଶିବ ଆଳତୀ କରିଥିଲେ। ସିଆଇଏସଏଫକୁ ଏ ସମ୍ପର୍କରେ ସୂଚନା ମିଳିବାପରେ ସେମାନେ ୩ଜଣଙ୍କୁ ହାଜତକୁ ନେଇଥିଲେ। ପୋଲିସ ୩ଜଣଙ୍କୁ ପଚରାଉଚୁରା କରୁଛି। ସୂଚନା ପାଇ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ପ୍ରବକ୍ତା ସଞ୍ଜୟ ଜାଟ ଓ ଜିଲ୍ଲା ଅଧ୍ୟକ୍ଷ ରୋୖନକ ଠାକୁରଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ତାଜଗଂଜ ଥାନା ପହଞ୍ଚି ମୀନା ଦିବାକରଙ୍କୁ ଛାଡି ଦେବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ମହାସଭା କାର୍ଯ୍ୟକର୍ତ୍ତା ଡାୟନା ବେଞ୍ଚରେ ବସି ହନୁମାନ ଚାଳିଶା ପାଠ କରିଥିଲେ। ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲ।

   Related Posts