ଗଡସେ ଜ୍ଞାନ ଶାଳା: ହିନ୍ଦୁ ମହାସଭା ଗ୍ଵାଲିୟରରେ ଆରମ୍ଭ କଲା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ନାମରେ ଷ୍ଟଡି ସେଣ୍ଟର

Published By : Prameya-News7 Bureau | January 11, 2021 IST

ଭୋପାଳ ୧୧।୦୧: ହିନ୍ଦୁ ମହାସଭା ରବିବାର ବିଶ୍ଵ ହିନ୍ଦୀ ଦିବସରେ ଗ୍ଵାଲିୟରରେ ନିଜ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ  ଷ୍ଟଡି ସେଣ୍ଟର ବା ଜ୍ଞାନ ଶାଳା ଆରମ୍ଭ କରିଛି। ଏହି କେନ୍ଦ୍ରରେ ଯୁବ ପିଢିଙ୍କୁ ଗୋଡସେ ଓ ଦେଶ ବିଭାଜନ ସଂପର୍କିତ ତଥ୍ୟ ବିଷୟରେ ଅବଗତ କରାଯିବ। ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପ ସଭାପତି ଡ.ଜୟବୀର ଭରଦ୍ଵାଜ ଅଭିଯୋଗ କରିଛନ୍ତି ଯେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ। ଏହି କାରଣରୁ ଅଖଣ୍ଡ ଭାରତ ଦୁଇ ଖଣ୍ଡ ହୋଇ ଯାଇଛି ଏବଂ ପ୍ରାୟ ପାଞ୍ଚ ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏଥିସହ ୨୦ ଲକ୍ଷରୁ ଅଧିକ ହିନ୍ଦୁ ବିସ୍ଥାପିତ ହୋଇଛନ୍ତି।

ସେ କହିଛନ୍ତି ଦେଶ ବିଭାଜନକୁ କଂଗ୍ରେସ ସ୍ଵୀକାର କରିଥିଲା ଏବଂ ଏହି କାରଣରୁ ଆଜି ପାକିସ୍ତାନ ଆମର ଶତ୍ରୁ ପାଲଟିଛି। ଭାରତର ବହୁତ ବଡ ଭାଗ ଅର୍ଥ ପାକିସ୍ତାନ ସୀମାରେ ଦେଶର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି। କେବଳ ଏତିକି ନୁହେଁ କଂଗ୍ରେସ ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିଛି। ଏହି କାରଣରୁ କଂଗ୍ରେସ ନାଥୁରାମ ଗଡସେ ଓ ନାରାୟଣ ରାଓ ଆପ୍ତେ ଅଦାଲତରେ ଦେଇଥିବା ବୟାନକୁ ୫୦ ବର୍ଷ ପର୍ଯ୍ୟନ୍ତ ସାର୍ବଜନୀନ ହେବାକୁ ଦେଇନଥିଲା। ମହାତ୍ମା ଗାନ୍ଧୀଙ୍କ ହତ୍ୟା ଅପରାଧରେ ଗୋଡସେ ଏବଂ ଆପ୍ତେଙ୍କୁ ୧୯୪୯ ନଭେମ୍ଵର ୧୫ରେ ଅମ୍ବାଲା ଜେଲ୍‌ରେ ଫାଶି ଦିଆଯାଇଥିଲା।

ଭରଦ୍ଵାଜ କହିଛନ୍ତି, ବର୍ତ୍ତମାନ ହିନ୍ଦୁ ମହାସଭା ଏହି ଇତିହାସକୁ ନୂତନ ପିଢିଙ୍କୁ ଅବଗତ କରାଇବା ପାଇଁ ଗ୍ଵାଲିୟରରେ ଦୌଲତଗଞ୍ଜ ସ୍ଥିତ କାର୍ଯ୍ୟାଳୟରେ ଗୋଡସେଙ୍କ ନାମରେ ଜ୍ଞାନଶାଳା କେନ୍ଦ୍ର ଆରମ୍ଭ କରିଛି। ଏହି ଜ୍ଞାନଶାଳାରେ ଗୋଡସେଙ୍କ ବ୍ୟତୀତ ରାଷ୍ଟ୍ର ନିର୍ମାଣ କରୁଥିବା ଅନ୍ୟ ମହାପୁରୁଷ, ଗୁରୁ ଗୋବିନ୍ଦ ସିଂହ, ଛତ୍ରପତି ଶିବାଜୀ, ମହାରାଣ ପ୍ରତାପ, ଡ. ହେଡଗେବାର, ପଣ୍ଡିତ ମଦନ ମୋହନ ମାଲବୀୟ ସଂପର୍କିତ ଇତିହାସ ମଧ୍ୟ ନୂତନ ପିଢିଙ୍କୁ ଅବଗତ କରାଇବେ।

wp:html /wp:html

ମହାସଭା ଆନୁଷ୍ଠାନିକ ଭାବେ କହିଛି ଯେ, ମହାତ୍ମା ଗାନ୍ଧୀ ଯେତେ ବଡ ମହାନ ହେଲେ ମଧ୍ୟ ସେମାନେ ନାଥୁରାମ ଗଡସେଙ୍କ କାମ ସମର୍ଥନରେ ରହିଛନ୍ତି। ଭରଦ୍ଵାଜ କହିଛନ୍ତି ଗୋଡସେ ଗ୍ଵାଲିୟରରେ ଟ୍ରେନିଂ ନେବା ପରେ ପିସ୍ତଲ କିଣିଥିଲେ। ଏହା ପରେ ଯୋଜନା ପ୍ରସ୍ତୁତ ପାଇଁ ସେ ଦିଲ୍ଲୀ ଆସିଥିଲେ।

ପ୍ରଥମ ପ୍ରୟାସରେ ଗୋଡସେ ଗାନ୍ଧୀଜୀଙ୍କୁ ମାରିବାରେ ସଫଳ ହୋଇନଥିଲା। ଯେବେ ଗାନ୍ଧୀଜୀ ଗୋଡସେଙ୍କୁ  ଭେଟିଲେ, ତା ପରେ ତାଙ୍କ ବିରୋଧରେ ନିଜର ଲକ୍ଷ୍ୟ ପୂରଣ କରିବାକୁ ଗୋଡସେ ସଂକଳ୍ପ ନେଇଥିଲେ। ଭରଦ୍ଵାଜ କହିଛନ୍ତି, ଆପଣ ଦେଶ ବିଭାଜନ କଲେ ଏବଂ ଆପଣଙ୍କୁ ପରିଣାମ ଭୋଗିବାକୁ ପଡିବ। ନେତା ଯେତେ ବଡ  ହୋଇଥାନ୍ତୁ ନା କାହିଁକି, ଆମେ ଗୋଡସେଙ୍କ କାର୍ଯ୍ୟ ସମର୍ଥନରେ ଅଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.