Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସଦ୍ଭାବନାର ଅନନ୍ୟ ଉଦାହରଣ, ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ଲାଗି ପ୍ରଥମ ଦାନ କଲେ ହିନ୍ଦୁ

4/10/2020 at 8:34 PM

ଅଯୋଧ୍ୟା ୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିଳାନ୍ୟାସ ଉତ୍ସବ ସହ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଅପରପଟେ ଏଠାରେ ମସଜିଦ୍‌ ନିର୍ମାଣ ଲାଗି ମଧ୍ୟ ଚାନ୍ଦା ଆସିବା ଆରମ୍ଭ ହେଲାଣି। ଏହି କ୍ରମରେ ପ୍ରସ୍ତାବିତ ମସଜିଦ୍ ନିର୍ମାଣ ନିମନ୍ତେ ଜଣେ ହିନ୍ଦୁ ତଥା ବ୍ରାହ୍ଣଣ ପ୍ରଥମ ଦାନ କରିଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଲ ଫାକଲ୍ଟି ସଦସ୍ୟ ରୋହିତ ଶ୍ରୀବାସ୍ତବ ଧନୀପୁର ଗାଁକୁ ଯାଇ ମସଜିଦ ନିର୍ମାଣ ଲାଗି ୨୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ଏଥିଲାଗି ଶ୍ରୀବାସ୍ତବଙ୍କୁ ମସଜିଦ୍ ଟ୍ରଷ୍ଟ ସାଧାରଣ ସମ୍ପାଦକ ଅତହର ହୁସେନ ଉଚ୍ଚ ପ୍ରଶଂସା କରିଛନ୍ତି। ହୁସେନ କହିଛନ୍ତି ଯେ ମସଜିଦ୍ ନିର୍ମାଣ ଲାଗି ପ୍ରଥମ ଯୋଗଦାନ ଜଣେ ହିନ୍ଦୁଭାଇଙ୍କ ପକ୍ଷରୁ ହୋଇଛି। ଯାହା ଭାରତୀୟ ସଂସ୍କୃତିର ଏକ ଅନୁକରଣୀୟ ଓ ହୃଦୟକୁ ଛୁଇଁଦେଉଥିବା ଭଳି ଏକ ଉଦାହରଣ ବୋଲି କୁହାଯାଇପାରେ।

ମସଜିଦ ନିର୍ମାଣ ଲାଗି ସୁନ୍ନି ୱାକଫବୋର୍ଡଙ୍କୁ ସରକାରଙ୍କ ପକ୍ଷରୁ ୫ ଏକର ଜମି ପ୍ରଦାନ କରାଯାଇଛି। ଏଥିରେ ମସଜିଦ୍‌ ସାଙ୍ଗକୁ ହସ୍ପିଟାଲ, ପୁସ୍ତକାଳୟ ଓ ସାମୂଦାୟିକ ରୋଷେଇଘର ସ୍ଥାପନା କରିବା ଲାଗି ସୁନ୍ନି ୱାକଫ ବୋର୍ଡ ଦ୍ୱାରା ଗଠିତ ଇଣ୍ଡୋ-ଇସ୍ଲାମିକ କଲଚୁରାଲ ଫାଉଣ୍ଡେସନ (ଆଇଆଇସିଏଫ) ନିଷ୍ପତ୍ତି ନେଇଛି। ଏଥିଲାଗି ପାଣ୍ଠି ସ୍ଥାପନା ହୋଇଛି।

ଏହାର ଜବାବରେ ଶ୍ରୀବାସ୍ତବ କହିଛନ୍ତି ଯେ ମୁଁ ଏପରି ଏକ ପିଢୀରୁ ଆସିଛି ଯିଏ ସମକାଳିକ ଭାବନାରେ ବିଶ୍ୱାସ ରଖେ। ମୁଁ ମୁସଲମାନ ବନ୍ଧୁଙ୍କ ବିନା ହୋଲି ଦିବାଲୀ ପାଳନ କରେନି। ସେହିପରି ମୋ ବିନା ମୋ ଇସ୍ଲାମ ବନ୍ଧୁଙ୍କ ଇଦ୍ ଅଧାଅଧୁରା ବୋଲି କହିଛନ୍ତି। ଏହା କେବଳ ମୋର ନୁହେଁ ଭାରତର କୋଟି କୋଟି ହିନ୍ଦୁ ଓ ମୁସଲମାନଙ୍କ କାହାଣୀ ବୋଲିକହିଛନ୍ତି।

   Related Posts