ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସମର୍ଥନ ମହଙ୍ଗା ପଡିଲା, ବାଂଲାଦେଶରେ ହିନ୍ଦୁଙ୍କ ଘରେ ପଶି ଭଙ୍ଗାରୁଜା

Published By : Prameya-News7 Bureau | November 02, 2020 IST

ଢାକା, ୦୨।୧୧:   ବାଂଲାଦେଶର କୋମିଲା ଜିଲ୍ଲାରେ କିଛି ହିନ୍ଦୁ ସଂପ୍ରଦାୟଙ୍କ ଘରେ ଭଙ୍ଗାରୁଜା କରାଯାଇଛି ।ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋମିଲା ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଏପରି କାଣ୍ଡ ଭିଆଇଛନ୍ତି । ଏକ ଗୁଜବକୁ ନେଇ କିଛି ହିନ୍ଦୁଙ୍କ ଘରେ ଭଙ୍ଗାରୁଜା କରାଯାଇଛି ।

{"id":355124,"sizeSlug":"large"}

ସୂଚନାନୁସାରେ, ଫ୍ରାନ୍ସରେ ରହୁଥିବା ଜଣେ ବାଂଲାଦେଶୀ ହିନ୍ଦୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହାକୁ ନେଇ କୋମିଲା ଜିଲ୍ଲାରେ ରହୁଥିବା ହିନ୍ଦୁ ଆକ୍ରୋଶର ଶିକାର ହୋଇଥିଲେ । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ସେମାନଙ୍କ ଘର ଭାଙ୍ଗି ଦେବା ସହ ଗାଳିଗୁଲଜ ମଧ୍ୟ କରିଥିଲେ ।

ରିପୋର୍ଟ ଅନୁସାରେ, ପୂର୍ବଧାରରେ ଥିବା ଏକ ଅଙ୍ଗନବାଡୀର ପ୍ରଧାନ ଶିକ୍ଷକ ଏକ ଫେସବୁକ ପୋଷ୍ଟର କମେଣ୍ଟରେ ମ୍ୟାକ୍ରନଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିଲେ । ଫେସବୁକ ପୋଷ୍ଟକୁ ନେଇ ଗୁଜବ ସୃଷ୍ଟି ହେବା ପରେ ହିନ୍ଦୁଙ୍କ ଘରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ ।

{"id":355125,"sizeSlug":"large"}

ବାଙ୍ଗରା ବଜାର ପୋଲିସର କହିବାନୁସାରେ, ଧର୍ମୀୟ ଭାବନାକୁ ଆଘାତ ପହଁଚାଇବା ନେଇ ୨ଜଣଙ୍କୁ ଗିରଫ କରାଯାଇଛି । ଏହାମଧ୍ୟରେ ଜଣେ ପ୍ରଧାନ ଶିକ୍ଷକ ରହିଛନ୍ତି । ଏବେ କୋମିଲାରେ ସ୍ଥିତି ସ୍ୱାଭାବିକ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ତଦନ୍ତ ଚାଲିଛି । ଯେଉଁମାନେ ଦୋଷୀ ପ୍ରମାଣିତ ହେବେ ଗିରଫ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.