ପାକିସ୍ତାନରେ ପ୍ରଥମ ଥର ଆସିଷ୍ଟାଣ୍ଟ କମିଶନର ହେଲେ ହିନ୍ଦୁ ଝିଅ, ପେଶାରେ ସେ ଜଣେ ଡାକ୍ତର

Published By : Prameya-News7 Bureau | May 08, 2021 IST

ଲାହୋର ୮।୫: ପଡୋଶୀ ଦେଶ ପାକିସ୍ତାନରେ ପ୍ରଥମ ଥର ଜଣେ ହିନ୍ଦୁ ଝିଅ ଆସିଷ୍ଟାଣ୍ଟ କମିଶନର ହୋଇଛନ୍ତି । ତାଙ୍କ ନାଁ ସାନା ରାମଚାନ୍ଦ । ଏହି ପଦବୀ ହାସଲ କରିବାକୁ ତାଙ୍କୁ ସେଣ୍ଟ୍ରାଲ ସୁପିରିୟର ସର୍ଭିସ (CSS) ପାସ୍ କରିବାକୁ ପଡିଥିଲା । ଏହାପରେ ତାଙ୍କର ଚୟନ ପାକିସ୍ତାନ ପ୍ରଶାସନିକ ସେବା (PAS)ରେ ହୋଇଥିଲା । ଏହା ପାକିସ୍ତାନର ସବୁଠୁ ବଡ ପ୍ରଶାସନିକ ପରୀକ୍ଷା । ସାନା ଜଣେ MBBS ଡାକ୍ତର ।

CSS ଲିଖିତ ପରୀକ୍ଷାରେ ୧୮,୫୫୩ ପ୍ରାର୍ଥୀ ସାମିଲ ହୋଇଥିଲେ । ସେଥିମଧ୍ୟରୁ ୨୨୧ ଜଣ ପାସ୍ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସାନା କହିଛନ୍ତି, ‘ମୁଁ ବହୁତ ଖୁସି, କିନ୍ତୁ ଆଶ୍ଚର୍ଯ୍ୟ ନୁହେଁ । ମୋତେ ପିଲାଦିନରୁ ହିଁ ସଫଳତା ପାଇବାର ଅଭ୍ୟସ୍ତ । ମୁଁ ମୋର ସ୍କୁଲ, କଲେଜ ଏବଂ ଏଫସିପିଏସ୍ ପରୀକ୍ଷାରେ ମଧ୍ୟ ଟପ୍ପର ହୋଇସାରିଛି ।’

ସାନା ସିନ୍ଧ ପ୍ରଦେଶର ଶିକାରପୁର ଜିଲ୍ଲାର ରହୁଛନ୍ତି । ସେ ସିନ୍ଧ ପ୍ରଦେଶର ଚନ୍ଦକା ମେଡିକାଲ କଲେଜରୁ ଏମବିବିଏସ୍ କରିଛନ୍ତି । ବର୍ତ୍ତମାନ ସେ ସିନ୍ଧ ଇନଷ୍ଟିଚ୍ୟୁଟ୍ ଅଫ୍ ୟୁରୋଲୋଜି ଆଣ୍ଡ ଟ୍ରାନ୍ସପେରେଣ୍ଟରୁ FCPS ପାଠ ପଢୁଛନ୍ତି । ସେ ଶୀଘ୍ର ଜଣେ ସର୍ଜନ ହେବାକୁ ଯାଉଛନ୍ତି ।

ପାକିସ୍ତାନରେ ହିନ୍ଦୁ ଜନସଂଖ୍ୟା କେତେ ? ଏହାକୁ ନେଇ ବିଭିନ୍ନ ଆକଳନ ରହିଛି । ପାକିସ୍ତାନରେ ଶେଷ ଜନଗଣନା ୧୯୯୮ରେ କରାଯାଇଥିଲା । ୨୦୧୭ ରେ ମଧ୍ୟ ହୋଇଥିଲା, ମାତ୍ର ଧର୍ମ ଅନୁଯାୟୀ ଜନସଂଖ୍ୟା ତଥ୍ୟ ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.