କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ : ୪ଟି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍, ୧୭ଟି ଓ୍ୱାର୍ଡକୁ ବଫର ଜୋନ୍ ଘୋଷଣା

Published By : Prameya-News7 Bureau | June 29, 2020 IST

ସାନଖେମୁଣ୍ଡି ୨୯।୦୬ : ଗଞ୍ଜାମରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୌରପାଳିକାର କିଛି  ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ହିଞ୍ଜିଳି ପୌରପାଳିକାର ୱାର୍ଡ ନଂ -୬,୧୦,୧୨,୧୬କୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସେହିପରି ୧୭ଟି ୱାର୍ଡକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

{"id":293196,"sizeSlug":"large"}

ସୂଚନାଯୋଗ୍ୟ ଯେ, ହିଞ୍ଜିଳିର ରେଗିଡି ସାହି ଠାରୁ ବ୍ଲକ ସାହି , NAC ସ୍କୁଲ ଠାରୁ ବିଜୁ ପଟ୍ଟନାୟକ ଛକ ମଧ୍ୟରେ ଦୁଇଟି ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ହିଞ୍ଜିଳି ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ବ୍ୟାରିକେଡ୍ କରି ରାସ୍ତା ଅବରୋଧ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ବିଭିନ୍ନ ଅଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି ।

{"id":293197,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.