Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||

ଭାରତ ବ୍ୟତୀତ ଏହି ସବୁ ଦେଶରେ ମଧ୍ୟ ହିନ୍ଦୀ ଭାଷାର ହୁଏ ବହୁଳ ବ୍ୟବହାର, ଜାଣନ୍ତୁ କେଉଁ କେଉଁ ଦେଶ

14/09/2019 at 3:02 PM

ନୂଆଦିଲ୍ଲୀ ୧୪/୯: ହିନ୍ଦୀ ଭାଷା ଭାରତର ଆନୁଷ୍ଠାନିକ ଭାଷା ଏବଂ ସଂଯୁକ୍ତ ଆରବରେ ମାନ୍ୟତା ପ୍ରାପ୍ତ ଅଳ୍ପସଂଖ୍ୟକ ଭାଷା। ଭାରତରେ ପାଖାପାଖି ୪.୨୫କୋଟି ଲୋକଙ୍କ ପ୍ରଥମ ଭାଷା ହେଉଛି ହିନ୍ଦୀ ଏବଂ ପାଖାପାଖି ୧୨କୋଟି ଲୋକଙ୍କ ଦ୍ବିତୀୟ ଭାଷା।

ପାର୍ସୀ ଶବ୍ଦ ‘ହିନ୍ଦ’ରୁ ହିନ୍ଦୀର ଉତ୍ପତ୍ତି ହୋଇଛି । ଏହାର ଅର୍ଥ ‘ ସିନ୍ଧୁ ନଦୀର ଉପତ୍ୟକା’। ପାର୍ସୀ କହୁଥିବା ତୁର୍କବାସୀମାନେ ଗଙ୍ଗା ନଦୀର ଅବବାହିକା ଏବଂ ପଞ୍ଜାବ ଉପରେ ଆକ୍ରମଣ କରିଥିଲେ । ଏକାଦଶ ଶତାବ୍ଦୀର ଆରମ୍ଭରେ ସିନ୍ଧୁନଦୀ ଉପତ୍ୟକାରେ ବସବାସ କରୁଥିବା ଲୋକେ ବ୍ୟବହାର କରୁଥିବା ଭାଷାକୁ ହିନ୍ଦୀ ବୋଲି ନାମିତ କରିଥିଲେ।

ଆଜି ଆମେ ଆପଣଙ୍କୁ ସେହି ଦେଶ ବିଷୟରେ କହିବୁ ଭାରତ ବ୍ୟତୀତ ଯେଉଁଠି ହିନ୍ଦୀର ବହୁଳ ବ୍ୟବହାର ହୁଏ ।  ଯେଉଁମାନେ ହିନ୍ଦୀଭାଷୀ,ତାଙ୍କ ପାଇଁ ଏହା ଏକ ଭଲ ଖବର କାରଣ ଏହି ଦେଶମାନଙ୍କରେ ଆପଣ ବିନା ସଙ୍କୋଚରେ ହିନ୍ଦୀ କହିପାରିବେ ଏବଂ ଆପଣଙ୍କ ଭାଷାକୁ ବୁଝି ପାରୁଥିବା ଲୋକେ ମଧ୍ୟ ସେଠାରେ ମିଳିବେ।

୧.ନେପାଳ : ଭାରତ ପରେ ନେପାଳ ହେଉଛି ସର୍ବାଧିକ ହିନ୍ଦୀ ଭାଷାଭାଷୀ ବହୁଳ ଭୂଖଣ୍ଡ। ଏଠାରେ ପାଖାପାଖି ୮ନିୟୁତ ନେପାଳୀ ହିନ୍ଦୀ ଭାଷା କହିଥାଆନ୍ତି। ବହୁସଂଖ୍ୟକ ଲୋକେ ହିନ୍ଦୀ କହୁଥିବା ସତ୍ବେ ଏଠାରେ ହିନ୍ଦୀକୁ ଆନୁଷ୍ଠାନିକ ଭାଷାର ମାନ୍ୟତା ପ୍ରାପ୍ତ ହୋଇନାହିଁ। ୨୦୧୬ମସିହାରେ କିଛି ନେପାଳୀ ସାଂସଦ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ପ୍ରଦାନ ପାଇଁ ଦାବୀ କରିଥିଲେ।

୨. ଆମେରିକା : ବିଶ୍ବାସ ନହେଲେ ମଧ୍ୟ ଏହା ସତ୍ୟ ଯେ, ଆମେରିକା ହେଉଛି ତୃତୀୟ ସର୍ବାଧିକ ହିନ୍ଦୀ ଭାଷା ଭାଷୀ ବହୁଳ ଦେଶ। ପାଖାପାଖି ୬୫୦,୦୦୦ଲୋକେ ଏଠାରେ ହିନ୍ଦୀ ଭାଷା କୁହନ୍ତି । ହିନ୍ଦୀ ଏଠାକାର ୧୧ତମ ଲୋକପ୍ରିୟ ବିଦେଶୀ ଭାଷା।

୩. ମରିସସ: ଏଠାରେ ଅଧିକାଂଶ ଲୋକେ ହିନ୍ଦୀ ଭାଷା କହିଥାଆନ୍ତି। ଏହି ଦେଶର ସମ୍ବିଧାନ କୌଣସି ଭାଷାକୁ  ରାଷ୍ଟ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିନାହିଁ । ଇଂରାଜୀ ଏବଂ ଫ୍ରେଞ୍ଚ ଏଠାର ସଂସଦରେ ପ୍ରଚଳିତ ଭାଷା। ଏଠାକାର ଲୋକେ ମରିସସ କ୍ରିୟୋଲ କହିଥାଆନ୍ତି। ତେବେ ଅଧିକାଂଶ ଲୋକ ଦୈନନ୍ଦିନ ଜୀବନରେ ହିନ୍ଦୀଭାଷା ବ୍ୟବହାର କରିଥାନ୍ତି ।

୪. ଫିଜି : ଭାରତୀୟ ଶ୍ରମିକମାନେ ଫିଜିକୁ ଆସିବା ଫଳରେ ଏଠାରେ ହିନ୍ଦୀ ଭାଷାର ଆରମ୍ଭ ହୋଇଥିଲା। ଫିଜିକୁ ସେମାନେ ଉତ୍ତର-ପୂର୍ବ ଭାରତରୁ ଆସିଥିଲେ। ଫଳରେ ହିନ୍ଦୀ ଭାଷା ଏଠାରେ ପ୍ରସାର ଲାଭ କରିଥିଲା ।

୫.ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରେ ହିନ୍ଦୀ ହେଉଛି ଚତୁର୍ଥ ସବୁଠୁ ଅଧିକ କୁହାଯାଉଥିବା ଭାଷା । ଏହାର ସବୁଠୁ ବଡ଼ କାରଣ ହେଉଛି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସାଂସ୍କୃତିକ ସମ୍ପର୍କ।

୬. ଜର୍ମାନୀ : ଜର୍ମାନୀରେ ଦୀର୍ଘ ଦିନରୁ ହିଡଲବର୍ଗ,ଲିପଜିଗ ଏବଂ ବାନ ଭଳି ବିଶ୍ବବିଦ୍ୟାଳୟରେ ହିନ୍ଦୀ ଏବଂ ସଂସ୍କୃତ ଭାଷା ପଢ଼ାଯାଇଥାଏ।

   Related Posts