Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମଲାଲା ୟୁସୁଫଜାଇଙ୍କ ଟ୍ବିଟ୍ ଦେଖିବା ପରେ ଭୀଷଣ ରାଗିଗଲେ ହୀନା ସିଦ୍ଧୁ, କହିଲେ ଏମିତି କଥା…

17/09/2019 at 3:08 PM

ମୁମ୍ବାଇ୧୭|୯: କାଶ୍ବୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନର ରାଜନୈତିକ ଦଳର ନେତା ଭାରତ ବିରୋଧରେ ସୋସିଆଲ ମିଡ଼ିଆରେ କଟୁ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ସମୟରେ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କାଶ୍ମୀରକୁ ନେଇ ଏକ ଟ୍ବିଟ କରିଛନ୍ତି। ମଲାଲାଙ୍କ ଟ୍ବିଟ୍‌ ଦେଖିବା ପରେ ସୁଟର୍‌ ହୀନା ସିଦ୍ଧୁ ଭୀଷଣ ରାଗି ଯାଇଥିଲେ। ଏବଂ ସଂଗେ ସଂଗେ ତାଙ୍କ ଟ୍ବିଟ୍‌ ଉପରେ ପାଲଟା ଜବାବ ଦେବା ଆରମ୍ଭ କରି ଦେଇଥିଲେ। ମଲାଲାଙ୍କୁ କଟାକ୍ଷକରି ହୀନା ଟ୍ବିଟରେ ଲେଖିଛନ୍ତି ଯେ ,ପାକିସ୍ତାନକୁ କାଶ୍ମୀର ଦେଇଦେବା ଉଚିତ। କାହିଁକି ନା କାଶ୍ମୀର ଝିଅଙ୍କ ପାଖରେ ଶିକ୍ଷା ପାଇଁ ସୁଯୋଗ ନାହିଁ।

ହୀନା ପୁରୁଣା କଥାକୁ ମଲାଲାଙ୍କୁ ମନେ ପକାଇ ଦେବା ସହ ଟ୍ବିଟରେ ଲେଖିଛନ୍ତି ଯେ,  ଶିକ୍ଷା ପାଇଁ ପାକିସ୍ତାନରେ ତାଙ୍କୁ ଜୀବନ ଯାଉଯାଉ ରହିଯାଇଥିଲା । ସେଥିଲାଗି ସେ ଦେଶ ଛାଡ଼ିଥିଲେ। ସେହି ଦେଶକୁ ପୁଣି ଫେରିବା କଥା ସେ ଭାବି ନାହାନ୍ତି। ପ୍ରଥମେ ପାକିସ୍ତାନକୁ ମଲାଲା ଫେରି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ହିନା ଟ୍ବଟ୍ ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ମଲାଲା ତାଙ୍କର ଟ୍ବିଟ୍‌ରେ ଲେଖିଥିଲେ ଯେ, କିଛିଦିନ ତଳେ ସେ କାଶ୍ମୀରକୁ ବୁଲିବା ପାଇଁ ଯାଇଥିଲେ।  କାଶ୍ମୀରର ବିଭିନ୍ନ ସମସ୍ୟା କଥା ଲୋକଙ୍କ ପାଖରୁ ବୁଝିଥିଲେ। ଏହାସହ ସେମାନଙ୍କ ରହିବା ଓ କାମଧନ୍ଦା ସଂପର୍କରେ ପଚାରି ବୁଝିଥିଲେ। କାଶ୍ମୀରର ରହୁଥିବା ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏହି ଟ୍ବିଟ୍ ହୀନା ଦେଖିବା ପରେ ମଲାଲାଙ୍କୁ ପାଲଟା ଜବାବ ଦେଇଥିଲେ।

   Related Posts