Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାଢୀରେ ସେକ୍ସି ଫଟୋଶୁଟ୍‌ କଲେ ଏହି ଅଭିନେତ୍ରୀ…

ମୁମ୍ବାଇ୨୬|୬: ଟେଲି ଅଭିନେତ୍ରୀ ହିନା ଖାନ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ବହୁ ପ୍ରତିକ୍ଷିତ ରିୟାଲିଟି ସୋ “ବିଗବସ୍‌-୧୧”ରୁ ହିନାଙ୍କୁ ଅଧିକ ପପୁଲାରିଟି ମିଳିଥିଲା। ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା “ୟେ ରିସ୍ତା କ୍ୟା କେହଲାତା ହୈ” ଧାରାବାହିକ ଦ୍ୱାରା ଏହି ଅଭିନେତ୍ରୀ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

ନିଜ ଷ୍ଟାଇଲ ଓ ଫ୍ୟାସନେବଲ୍‌ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥାନ୍ତି ହିନା। ତାଙ୍କର ପ୍ରତି ଲୁକ୍‌ ଦର୍ଶକଙ୍କୁ ଘାୟଲ କରେ। ଇଣ୍ଡିଆନ୍‌ ୱେର ରୁ ନେଇ ୱେର୍ଷ୍ଟନ୍‌ ୱେର ଯାଏଁ ସବୁଥିରେ ସୁନ୍ଦର ଲାଗନ୍ତି ଏହି ଅଭିନେତ୍ରୀ। ନିକଟରେ ହିନା ନିଜର କିଛି ହଟ୍‌ ଫଟୋ ଇନ୍‌ଷ୍ଟାରେ ସେୟାର କରିଛନ୍ତି। ଏହି ଫଟୋରେ ହିନା ଶାଢୀ ପିନ୍ଧିଥିବାରେ ନଜର ଆସିଛନ୍ତି।

ଶାଢୀରେ ହିନାଙ୍କ କାତିଲାନା ଅନ୍ଦାଜକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ହିନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ହିନା ଆଜିକାଲି ନିଜ ଅପକମିଂ ଡେବ୍ୟୁ ଫିଲ୍ମ ହ୍ୟାକ୍ଡର ପ୍ରମୋସନ୍‌ ପାଇଁ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟ୍ରେଲର କିଛି ଦିନ ତଳେ ରିଲିଜ ହୋଇଥିଲା।

ଫେବୃଆରୀ ମାସ ୭ ତାରିଖରେ ଏହି ଫିଲ୍ମ ରିଲିଜ ହେବ। ହାକ୍ଡ ପରେ ହିନାଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି, ଯେଉଁଥିରେ ସେ ଟେଲି ଅଭିନେତା କୁଶାଲ୍‌ ଟଣ୍ଡନ୍‌ଙ୍କ ସହ ଅଭିନୟ କରିବେ। ତେବେ ଏଯାଏଁ ଫିଲ୍ମର ନାଁ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

   Related Posts