‘ୟେ ରିସ୍ତା କ୍ୟା କେହ୍ଲାତା ହୈ’ କୁ କ’ଣ ପୁଣି ଫେରିବେ ହିନା ଖାନ୍, ଜାଣନ୍ତୁ କ’ଣ କହିଲେ ହିନା
25/08/2018 at 5:04 AM

ମୁମ୍ବାଇ ୨୫/୮ : ଟେଲିଭିଜନ ଅଭିନେତ୍ରୀ ହିନା ଖାନଙ୍କୁ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍ଲାତା ହୈ’ ରୁ ବହୁ ଲୋକପ୍ରିୟତା ମିଳିଥିଲା । ୮ ବର୍ଷ ପରେ ହିନା ଏହି ସୋ’ ଛାଡିଥିଲେ । କିନ୍ତୁ ଏବେ ଦୁଇ ବର୍ଷର ବ୍ୟବଧାନ ପରେ ସେ ପୁଣି ଏହି ଧାରାବାହିକକୁ ଫେରୁଥିବା ଚର୍ଚ୍ଚା ହେଉଛି। ଆରମ୍ଭ ହେବାକୁ ଯାଉଥିବା ନୂଆ ଧାରାବାହିକ ‘କସୌଟି ଜିନ୍ଦଗୀ କି’ରେ ହିନା ନଜର ଆସିବାକୁ ଥିବାବେଳେ ଏହା ପୂର୍ବରୁ ‘ୟେ ରିସ୍ତା କ୍ୟା କେହ୍ଲାତା ହୈ’ ର ଏକ ସ୍ପେଶାଲ ଅଧ୍ୟାୟରେ ତାଙ୍କୁ ଦେଖିବାକୁ ମିଳିବ ।
ମାତ୍ର ଏବେ ହିନା ନିଜେ ଏହାର ଉତ୍ତର ରଖିଛନ୍ତି । ଯେତେବେଳେ ହିନାଙ୍କୁ ଏ ସଂପର୍କରେ ପଚରାଯାଇଥିଲା ସେ କହିଥିଲେ, ‘ନା… ଏମିତି କିଛି ବି ନାହିଁ, କି ଏମିତି କିଛି ହେବାର ମଧ୍ୟ ନାହିଁ’ । ଏବେ ହିନା ମନା କରିବା ପରେ କୁହାଯାଉଛି ଯେ ଧାରାବାହିକରେ ତାଙ୍କର ପୁରୁଣା ଫୁଟେଜ୍ ବ୍ୟବହାର କରିପାରନ୍ତି ।
ସୂଚନା ଅନୁସାରେ ହିନା ଏବେ ଟେଲି ଫିଲ୍ମ ‘ସ୍ମାର୍ଟ ଫୋନ୍’ ରେ କାମ କରୁଛନ୍ତି । ଏଥିରେ ସେ ନିଜ ଚରିତ୍ରକୁ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ । ଏହା ପୂର୍ବରୁ ତାଙ୍କୁ ବିଗ୍ ବସ୍ ସିଜିନ ୧୧ରେ ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଖତ୍ରୋଁ କି ଖିଲାଡ଼ିରେ ନଜର ଆସିଥିଲେ ହିନା । ବିଗ୍ ବସ୍ ପରେ ହିନାଙ୍କୁ ଏକ ପଞ୍ଜାବୀ ଭିଡିଓରେ ଦେଖିବାକୁ ମିଳିଥିଲା ।