ଏଥର ରୋଜା କରୋନାର ମୁକାବିଲା ପାଇଁ : କରୋନା ସଂକ୍ରମିତଙ୍କ ପାଇଁ ସାରା ଦିନ ଉପବାସରେ ରହି ପ୍ରଥମ ଥର ପାଇଁ ରୋଜା ରଖିଲେ ବଲିଉଡ ଅଭିନେତ୍ରୀ ହିନା ଖାନ୍

Published By : Prameya-News7 Bureau | April 28, 2020 IST

ମୁମ୍ବାଇ ୨୮/୪: ଟିଭିରୁ ବଲିଉଡ ଅଭିନେତ୍ରୀ ହୋଇଥିବା ହିନା ଖାନ୍ ଶୁକ୍ରବାର ଏବର୍ଷ ରମଜାନର ପ୍ରଥମ ରୋଜା ରଖିଥିଲେ। ଶନିବାର ସକାଳେ ସେ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଏବଂ ନିଜ ଫ୍ୟାନ୍ସଙ୍କୁ କରୋନା ସଂକ୍ରମିତ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ଅପିଲ କରିଥିଲେ। ହିନା କ୍ୟାପସନରେ ଲେଖିଥିଲେ ,‘ ରମଜାମ୍ କରୀମ୍’। ଚାଲନ୍ତୁ ପ୍ରାର୍ଥନା କରିବା। ସଂକ୍ରମିତଙ୍କ ପାଇଁ ପ୍ରାର୍ଥନା କରିବା। ସୁରକ୍ଷା ଏବଂ ଉପଚାର ପାଇଁ ପ୍ରାର୍ଥନା କରିବା।’ ଏହା ସହିତ ସେ ପ୍ରଥମ ରୋଜା,ପଜିଟିଭିଟିକୁ ହ୍ୟାଶଟ୍ୟାଗ୍ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B_fNtiBJ2Ef/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_fNtiBJ2Ef/?utm_source=ig_embed
/wp:core-embed/instagram

ହିନା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ହଳଦିଆ ରଙ୍ଗର ଓଢ଼ଣୀରେ ନିଜ ମୁଣ୍ଡ,ବେକ ଏବଂ ଶରୀରର ଉପର ଭାଗକୁ ଘୋଡ଼ାଇଥିବା ନଜର ଆସିଛନ୍ତି। ତାଙ୍କ ପୋ​‌ଷ୍ଟରେ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ କଲିଗସ୍ ଶୁଭକାମନା ଜଣାଇଛନ୍ତି। ହିନାଙ୍କ ବନ୍ଧୁ ରଶ୍ମି ଦେଶାଇ କମେଣ୍ଟ ବକ୍ସରେ ଲେଖିଛନ୍ତି,‘ରମଜାନ୍ କରୀମ୍’। ଆଶ୍କା ଗୋରାଡିଆ ଲେଖିଛନ୍ତି,‘ରମଜାନ୍ ମୁବାରକ’। ଏବଂ ଆମ୍ନା ଶରୀଫ ଲେଖିଛନ୍ତି,‘ରମଜାନ୍ କରୀମ୍’।

{"id":261274,"sizeSlug":"large"}

ଟିଭି ଦାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ଅକ୍ଷରା ଭୂମିକାରେ ଲୋକପ୍ରିୟ ହୋଇଥିବା ହିନା ‘କସୌଟି ଜିନ୍ଦଗୀ କି ୨’ରେ କୋମଲିକା ଭୂମିକାରେ ଅଭିନୟ କରିଥିଲେ।ଏହି ଭୂମିକାରେ ତାଙ୍କୁ ଖୁବ୍ ପସନ୍ଦ କରାଯାଇଥିଲା। ଏହା ପରେ ସେ ନିର୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକଡ’ରେ ବଲିଉଡ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ୨୦୨୦ ଫେବୃୟାରୀ ୭ତାରିଖରେ ରିଲିଜ ହୋଇଥିଲା ଏବଂ ବକ୍ସ ଅଫିସରେ ଫ୍ଲପ୍ ହୋଇଯାଇଥିଲା। ବ୍ୟକ୍ତିଗତ ଜୀବନ କଥା କହିବା ଯଦି ୨୦୧୪ମସିହାରୁ ସେ ରକି ଜୟସଓ୍ବାଲଙ୍କୁ ଡେଟ୍ କରୁଛନ୍ତି ଯିଏ ‘ୟେ ରିସ୍ତା କ୍ୟା କେହଲାତା ହେ’ର ସୁପରଭାଇଜିଂ ପ୍ରଡ୍ୟୁସର ଥିଲେ।

{"id":261275,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.