Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ବୟଫ୍ରେଣ୍ଡଙ୍କ ସହ ମାଳଦ୍ବୀପରେ ହଲିଡେ କାଟୁଛନ୍ତି ଏହି ଅଭିନେତ୍ରୀ : ଫଟୋ ଭାଇରାଲ୍

27/12/2019 at 3:15 PM

ମୁମ୍ବାଇ ୨୭/୧୨: ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ ଏବେ ମାଳଦ୍ବୀପରେ ଛୁଟି କଟାଉଛନ୍ତି। ଛୁଟିଦିନର ଅନେକ ଫଟୋ ହିନା ଖାନ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ତାଙ୍କର ସିଜଲିଙ୍ଗ୍ ଅବତାର ସାମନାକୁ ଆସିଛି। ବିକିନି ଏବଂ ସୁଇମ୍ ସୁଟ୍ ପିନ୍ଧି ହୀନା ତାଙ୍କର ସେକ୍ସି ଲୁକ୍ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଫଟୋ ଦେଖି ଫ୍ୟାନ୍ ତାଙ୍କ ତାରିଫ କରିବା ଆରମ୍ଭ କରି ଦେଇଛନ୍ତି।

ହିନା ତାଙ୍କ ବୟଫ୍ରେଣ୍ଡ ରକି ଜୟସଓ୍ବାଲଙ୍କ ସହ ଭ୍ୟାକେସନରେ ଯାଇଛନ୍ତି। ଦୁହେଁ ଏହି ଛୁଟିରେ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରିବାକୁ କୌଣସି ସୁଯୋଗ ଛାଡ଼ୁନାହାନ୍ତି। କେତେବେଳେ ସମୁଦ୍ର କୂଳରେ ତ କେ​ତେବେଳେ ପୁଲରେ ଦୁହେଁ ଫ୍ଲୋଟିଙ୍ଗ୍ ବ୍ରେକଫାଷ୍ଟର ମଜା ନେଉଥିବା ନଜର ଆସିଛନ୍ତି।

ହୀନା ଏବଂ ରକି ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ପରସ୍ପରକୁ ନେଇ ଖୁବ୍ ପଜେସିଭ ଅଛନ୍ତି। ଉଭୟଙ୍କ ସାକ୍ଷାତ ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହେ’ର ସେଟରେ ୨୦୦୯ମସିହାରେ ହୋଇଥିଲା। ହୀନା ଏହି ଶୋରେ ଲିଡ ଆକ୍ଟେସର ଭୂମିକାରେ ଅଭିନୟ କରିଥିଲେ। ରକି ଏହି ଶୋର ଏକ୍ସିକ୍ୟୁଟିଭ ପ୍ରଡ୍ୟୁସର ଥିଲେ।

ହୀନା ନିଜ କ୍ୟାରିୟରର ଆରମ୍ଭ ଟିଭି ସିରିୟଲ୍ ‘ୟେ ରିସ୍ତା କ୍ୟା କେହଲାତା ହେ’ରୁ କରିଥିଲେ। ପାଖାପାଖି ୮ବର୍ଷ ଏହି ଶୋରେ ରହିବା ପରେ ସେ ଏହି ଶୋ ଛାଡ଼ି ଦେଇଥିଲେ କାରଣ ସେ ବୋହୂର ଭୂମିକାରେ ଅଭିନୟ କରି କରି ଥକି ଯାଇଥିଲେ।

ଏହା ପରେ ହିନା ‘ବିଗ୍ ବସ୍ ୧୧’ରେ ନଜର ଆସିଥିଲେ। ଏହି ଶୋରେ ତାଙ୍କର ଏକ ଅଲଗା ଇମେଜ ଦେଖିବାକୁ ମିଳିଥିଲା। ଏହା ପରେ ଟିଭି ଶୋ ‘କସୌଟି ଜିନ୍ଦଗୀ କି ୨’ରେ ହିନା କୋମଲିକା ଭୂମିକାରେ ଦେଖା ଯାଇଥିଲେ କିନ୍ତୁ ପରେ ସେ ଏହି ଶୋ ମଧ୍ୟ ଛାଡ଼ି ଦେଇଥିଲେ।

ସେ ୨୦୨୦ରେ ବଲିଉଡରେ ପ୍ରବେଶ କରୁଛନ୍ତି। ଏହି ଫିଲ୍ମର ପ୍ରଥମ ପୋଷ୍ଟର ୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲରେ ରିଲିଜ କରାଯାଇଥିଲା। ହିନା କାନସ ୨୦୧୯ ରେଡ କାର୍ପେଟରେ ଓ୍ବାକ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ପ୍ରଥମ ଟିଭି ଅଭିନେତ୍ରୀ ଯାହାଙ୍କୁ କାନ୍ସ ରେଡ କାର୍ପେଟରେ ଚାଲିବାର ସୁଯୋଗ ମିଳିଥିଲା। ଏହି ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଲୁକକୁ ଖୁବ୍ ପ୍ରଶଂସା କରାଯାଇଥିଲା।

   Related Posts