ହିନା ଖାନଙ୍କ ହାତରନ୍ଧା ମଟନ୍ ବିରିୟାନୀ ଖାଇ ଖୁସି ହେଲେ ତାଙ୍କ ଘରଲୋକେ : ସେୟାର କଲେ ଭିଡିଓ
31/05/2020 at 1:07 PM

ମୁମ୍ବାଇ ୩୧/୫: ଅଭିନେତ୍ରୀ ହିନା ଖାନ୍ ସୋସିଆଲ୍ ମିଡିଆ ସେନସେସନ୍। ଲକଡାଉନରେ ମଧ୍ୟ ସେ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି ଏବଂ ନିଜର ଡେଲି ରୁଟିନ ଦ୍ବାରା ଫ୍ୟାନଙ୍କୁ ଅପଡେଟ୍ କରନ୍ତି। ହିନା ନିକଟରେ ନିଜର କିଛି ବୋଲ୍ଡ ଫଟୋ ସେୟାର କରିଥିଲେ ଯାହା ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହୋଇଛି। ହିନା ଲକଡାଉନରେ ନିଜକୁ ଏକ୍ସପ୍ଲୋର କରୁଛନ୍ତି ଏବଂ କୁକିଂରେ ମଧ୍ୟ ନିଜର ଟ୍ୟାଲେଣ୍ଟ ଦେଖାଉଛନ୍ତି। ସେ ଏକ ଭିଡିଓ ଫ୍ୟାନଙ୍କ ସହ ସେୟାର କରିଛନ୍ତି ଯେଉଁଥିରେ ସେ ମଟନ୍ ବିରିୟାନୀ ରାନ୍ଧୁଛନ୍ତି। ଏହି ବିରିୟାନୀ ସେ ଇଦ୍ ଦିନ ପ୍ରସ୍ତୁତ କରିଥିଲେ।
କସୌଟି ଜିନ୍ଦଗୀ କି ଫେମ୍ ହିନା ଖାନ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ ହାଇଦ୍ରାବାଦ ମଟନ୍ ବିରିୟାନୀ ରାନ୍ଧୁଥିବା ନଜର ଆସିଛନ୍ତି। ସେ ୧୧ମିନିଟ୍ ଲମ୍ବା ଭିଡିଓରେ ପ୍ରିପାରେସନର ପୂରା ପ୍ରୋସେସ୍ କହିଛନ୍ତି। ଭିଡିଓରେ ପ୍ରିପାରେସନ୍ ପୂର୍ବରୁ ସେ ଖୁବ୍ ନର୍ଭସ୍ ଲାଗୁଛନ୍ତି ଏବଂ କହୁଛନ୍ତି ଯେ ଏହାକୁ ରାନ୍ଧିବା ଏତେ ସହଜ ନୁହେଁ। ମଟନ୍ ବିରିୟାନୀ ହୋଇଯିବା ପରେ ଏହାକୁ ଗାର୍ଣ୍ଣିନିସିଂ କରୁଛନ୍ତି ଏବଂ ଏହାକୁ ସର୍ଭ କରୁଛନ୍ତି। ଭିଡିଓ ଶେଷରେ ହିନାଙ୍କ ଘରଲୋକେ ଏହି ବିରିୟାନୀକୁ ଖାଇ ବହୁତ ଖୁସି ହେଉଛନ୍ତି।

ହିନା ଏହି ଲକଡାଉନ୍ ଫେଜକୁ ବହୁତ ଭଲଭାବେ ଉପଯୋଗ କରୁଛନ୍ତି। କୁକିଂ ବ୍ୟତୀତ ସେ ନିଜ ଫିଟନେସ୍ ପ୍ରତି ପୂରା ଧ୍ୟାନ ରଖୁଛନ୍ତି। ସେ ଏହି ସମୟରେ ସ୍କେଚିଂ ମଧ୍ୟ କରୁଛନ୍ତି ଏହାକୁ ପରଫେକ୍ଟ ଲକଡାଉନ୍ କରିବାକୁ ଉଦ୍ୟମ କରୁଛନ୍ତି।
