Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

‘ଇଣ୍ଡିଆନ୍‌ ଆଇଡଲ’ରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସ୍ଥାନ ନେଲେ ଏହି ଗାୟକ

4/12/2019 at 10:27 AM

ମୁମ୍ବାଇ୪|୧୨: ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଏବେ ହିମେଶ ରେଶମିୟା ନୂଆ ଜଜ୍‌ ଭାବେ ନଜର ଆସିବେ। ହିମେଶଙ୍କ ପୂର୍ବରୁ ଅନୁ ମଲ୍ଲିକ ଏହି ଶୋରେ ଜଜ୍‌ ଥିଲେ। ଅନୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହେବା ପରେ ସେ ଶୋ’ ଛାଡିଦେଇଛନ୍ତି।

ତେବେ ଅନୁ ଆସନ ଛାଡ଼ିବା ପରେ ଏବେ ହିମେଶ ତାଙ୍କ ସ୍ଥାନରେ ନଜର ଆସିବେ। ସୂଚନାଯୋଗ୍ୟ ଯେ, ହିମେଶ ଶୋ’ ଶେଷ ହେବା ପର୍ଯ୍ୟନ୍ତ ରହିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ଅନୁ ଏହାକୁ ମିଥ୍ୟା ବୋଲି କହିଛନ୍ତି। ଅନୁଙ୍କ ଅନୁସାରେ ସେ କିଛି ଦିନ ପାଇଁ ଛୁଟିରେ ଯାଉଛନ୍ତି। ଏଥିପାଇଁ ହିମେଶଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ‘ମି-୨’କୁ ନେଇ ବିବାଦରେ ଥିଲେ ଅନୁ। ଗାୟୀକା ସୋନା ମହାପାତ୍ର, ନେହା ଭସିନ ଓ ଶ୍ବେତା ପଣ୍ଡିତ ସଙ୍ଗୀତ ନିର୍ଦ୍ଦେଶକ ଅନୁଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଗତଥର ଜଜ୍‌ ଆସନରୁ ବିଦା କରାଯାଇଥିଲା। ହେଲେ ଚଳିତବର୍ଷ ପୁଣିଥରେ ତାଙ୍କୁ ଶୋ’ରେ ଦେଖିବାକୁ ମିଳିଥିଲା। ଏହା ନେଇ ବିବାଦ ହୋଇଥିବାରୁ ସେ ଶୋ’ ଛାଡ଼ିଥିବା କୁହାଯାଉଛି। ଏବେ ହିମେଶ ତାଙ୍କ ସ୍ଥାନ ନେଇଛନ୍ତି।

   Related Posts