ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

Published By : Prameya-News7 Bureau | May 09, 2021 IST

ଆସାମ ୯/୫ : ଗତ କିଛିଦିନ ନାଟକରେ ପଡିଲା ପୂର୍ଣ୍ଣଛେଦ । ଶେଷରେ ଆସାମର ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚୟନ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ ।

wp:html /wp:html

ଦିଲ୍ଲୀରେ ହୋଇଥିବା ବୈଠକ ପରଠାରୁ ଅନୁମାନ ଲଗାଯାଉଥିଲା କି ହିମନ୍ତ ବିଶ୍ୱ ଶର୍ମା ହିଁ ଆସାମର କମାଣ ସମ୍ଭାଳିବେ । ସେଥିପାଇଁ ସୋନୋୱାଲଙ୍କୁ ଦିଲ୍ଲୀ ଡକାଯାଇଥିଲା । ଆସାମରେ ଗତ କିଛି ଦିନ ଧରି ନୂତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ବିଜେପି ନେତୃତ୍ୱରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଏହାର ସମାଧାନ ପାଇଁ ଶନିବାର କେନ୍ଦ୍ରୀୟ ନେତୃତ୍ୱ ବିଦାୟୀ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ପଦବୀ ପାଇଁ ଦୃଢ ଦାବିଦାର ବୋଲି ଆଲୋଚନାରେ କୁହାଯାଇଥିଲା । ବିଜେପି ସଭାପତି ଜେପି ନଡାଙ୍କ ବାସଭବନରେ ଦୀର୍ଘ ସମୟ ଧରି ବସିଥିଲା ବୈଠକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.