ଆସାମରେ ଆଜିଠୁ ଶର୍ମା ରାଜ୍ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା

Published By : Prameya-News7 Bureau | May 10, 2021 IST

ଆସାମ ୧୦/୫ : ଆସାମରେ ଆଜିଠୁ ଆରମ୍ଭ ହିମନ୍ତ ଯୁଗ । ନୂଆ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ୱ ଶର୍ମା । ବିଧିବଦ୍ଧ ଭାବେ ସେ ଆମାମର କମାଣ ସମ୍ଭାଳିଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀଶ ମୁଖୀ । ସମାରୋହ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡାଙ୍କ ସମେତ ଅନେତ ନେତୃବୃନ୍ଦ ଉପସ୍ଥିତ ଥିଲେ ।

wp:html /wp:html

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ ଦୋଳ ଗୋବିନ୍ଦ ଏବଂ କାମାକ୍ଷା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ବର୍ତ୍ତମାନ ତାଙ୍କ ସମ୍ମୁଖରେ ବଡ ଚାଲେଞ୍ଜ ହୋଇ ଛିଡା ହୋଇଛି କରୋନାକୁ ନିୟନ୍ତ୍ରଣ କରିବା । କରୋନା ସଂକ୍ରମଣ ମାମଲା ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି, ତେଣୁ ମୁଖ୍ୟମନ୍ତ୍ରୀ ଶର୍ମା ଏହାକୁ କିପରି ନିୟନ୍ତ୍ରଣ କରିବା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

wp:html /wp:html

ଶର୍ମା ବିଜେପି ପୂର୍ବରୁ କଂଗ୍ରେସରେ ଜଣେ ସକ୍ରିୟ ରାଜନେତା ଥିଲେ । କଂଗ୍ରେସରୁ ଆସି ବିଜେପିରେ ଯୋଗଦେବା ପରେ ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ୩ୟ ନେତା ହୋଇଛନ୍ତି ଶ୍ରୀ ଶର୍ମା । ହିମନ୍ତ ୨୦୧୪ରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । କଂଗ୍ରେସ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.