Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପତ୍ନୀଙ୍କୁ କହିଥିଲେ- ‘ତୁମ ମା କୁ କହି ଦେବ, ଦିନେ ମୁଁ ମୁଖ୍ୟମନ୍ତ୍ରୀ ହେବି’… ଆସାମ ମୁଖ୍ୟମନ୍ତ୍ରୀଙ୍କ ରୋଚକ ଲୋଭ୍ ଷ୍ଟୋରୀ

10/05/2021 at 10:07 PM

ଗୌହାଟୀ ୧୦।୦୫: ଯୁବକଙ୍କ ବୟସ ଥିଲା ୨୨ ଏବଂ ଯୁବତୀଙ୍କ ବୟସ ଥିଲା ମାତ୍ର ୧୭। ଯେବେ ଯୁବତୀ ଯୁବକଙ୍କୁ ପ୍ରଶ୍ନ କଲେ ଯେ, ମୁଁ ତୁମର ଭବିଷ୍ୟତ ବିଷୟରେ ମାକୁ କଣ କହିବି ? ଯୁବକ ତୁରନ୍ତ ଉତ୍ତର ଦେଇଥିଲେ ଯେ, ତୁମ ମାକୁ କହି ଦେବ, ମୁଁ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି। ଏହି କାହାଣୀ କୌଣସି ଫିଲ୍ମର ନୁହଁ ବରଂ ବାସ୍ତବ ଅଟେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଅନେକ ବର୍ଷ ତଳେ ରିନିକି ଭୁୟନଙ୍କୁ ଏହି କଥା କହିଥିଲେ, ଯିଏ ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ହେଲେ। ଆଜି ୩୦ ବର୍ଷ ପରେ ହିମନ୍ତଙ୍କ ଏହି କଥା ସତ୍ୟ ପ୍ରମାଣିତ ହୋଇଛି ଏବଂ ସେ ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏହା  ହେଉଛି ସେହି ସମୟର କଥା ଯେବେ ଶର୍ମା କଟନ କଲେଜ୍‌ର ଛାତ୍ର ଥିଲେ। ଶର୍ମାଙ୍କ ପତ୍ନୀ ରିନିକି ଭୁୟନ କହିଛନ୍ତି, ତାଙ୍କ ସ୍ଵାମୀ କଲେଜ୍‌ ସମୟରୁ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଦୃଢ ପ୍ରତିବଦ୍ଧ ଥିଲେ। ହିମନ୍ତ ଛାତ୍ର ଜୀବନରୁ ହିଁ ନିଜର ଲକ୍ଷ୍ୟକୁ ନେଇ ଗମ୍ଭୀର ଥିଲେ ଏବଂ ଜାଣିଥିଲେ ଯେ, ଭବିଷ୍ୟତରେ ତାଙ୍କୁ କଣ ହେବାର ଅଛି। ଆଜି ୩୦ ବର୍ଷ ପରେ ତାଙ୍କର ଏହି କଥା ବାସ୍ତବର ରୂପ ନେଇଛି ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରିନିକ କହିଛନ୍ତି, ସେ ୨୨ ବର୍ଷର ଥିଲେ ଏବଂ ମୋତେ ୧୭ ବର୍ଷ ବୟସ ହୋଇଥିଲା। ସେହି ସମୟରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା। କିଛି ଦିନ ବିତିବା ପରେ ମୁଁ ତାଙ୍କୁ ପଚାରିଥିଲି ଯେ, ମାଙ୍କୁ ତୁମ ବିଷୟରେ କଣ ଜଣାଇବି ? ସେ ତୁରନ୍ତ ଉତ୍ତର ଦେଇଥିଲେ ଯେ, କହି ଦେବ ମୁଁ ଆସାମର ମୁଖ୍ୟମନ୍ତ୍ରୀ ହେବି। ମୁଁ ଏହା ଶୁଣି ଚକିତ ହୋଇ ଯାଇଥିଲି,  ମାତ୍ର ପରେ ଅନୁଭବ କଲି ଯେ, ଯାହାଙ୍କୁ ସେ ବିବାହ କରିବେ ତାଙ୍କର ରାଜ୍ୟକୁ ନେଇ ଏକ ନିଶ୍ଚିତ ଲକ୍ଷ୍ୟ ରହିଛି ଏବଂ ସ୍ଵପ୍ନ ଅଛି। ତାଙ୍କର ପ୍ରତିବଦ୍ଧତା ଚଟ୍ଟାଣ ପରି ମଜବୁତ ଅଛି।

ରିନିକ କହିଛନ୍ତି, ଯେବେ ଆମର ବିବାହ ହେଲା, ସେହି ସମୟରେ ସେ ବିଧାୟକ ଥିଲେ। ଏହା ପରେ ସେ ମନ୍ତ୍ରୀ ହେଲେ ପୁଣି ରାଜନୀତିରେ ଆଗକୁ ବଢି ଚାଲିଲେ। ମାତ୍ର ଆଜି ମୁଖ୍ୟମନ୍ତ୍ରୀ ପଦରେ ସେ ଶପଥ ନେଉଥିବା ଦେଖି ନିଜକୁ ବିଶ୍ଵାସ କରିପାରିଲି ନାହିଁ। ମୋ ପାଇଁ ସେ ସର୍ବଦା ହିମନ୍ତ ହୋଇ ରହିବେ ଏବଂ ତାଙ୍କୁ ମୁଁ ମୁଖ୍ୟମନ୍ତ୍ରୀ ସହିତ ଯୋଡି ପାରିବି ନାହିଁ। ଏହି ଶବ୍ଦ ସହ ପରିଚିତ ହେବାରେ କିଛି ସମୟ ଲାଗିବ ବୋଲି ରିନିକି କହିଛନ୍ତି। ହିମନ୍ତଙ୍କ ପତ୍ନୀ ଜଣେ ସାମ୍ବାଦିକା ଏବଂ ଉଭୟଙ୍କ ଦୁଇଟି ସନ୍ତାନ ଅଛନ୍ତି। ଜଣେ ହେଲେ ୧୯ ବର୍ଷୀୟ ନନ୍ଦିଲ ବିଶ୍ଵ ଶର୍ମା ଏବଂ ଆଉ ଜଣେ ୧୭ ବର୍ଷୀୟା ସୁକନ୍ୟା ଶର୍ମା।

   Related Posts