ବାପାଙ୍କ ସହ ଚା' ବିକୁଥିଲେ ହିମାଂଶୁ, କୋଚିଂ ପାଇଁ ଟଙ୍କାର ଥିଲା ଅଭାବ, ସିଭିଲ୍ ସର୍ଭିସ୍ ପାସ୍ କରି ସାକାର କଲେ ସ୍ୱପ୍ନ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ, ୨୩|୦୬:  ଯେତେବେଳେ ଏକ ଛୋଟ ସ୍ଥାନରେ କେହି ଜଣେ ବଡ ସ୍ୱପ୍ନ ଦେଖିଥାଏ ତେବେ ସେହି ସ୍ୱପ୍ନକୁ ସାକାର କରିବା କଷ୍ଟକର ହୋଇଥାଏ । ଏକ ସଫଳ ଜୀବନ ପାଇଁ ଅତିରିକ୍ତ ପ୍ରରିଶ୍ରମ କରିବା ଜରୁରୀ । କାରଣ ସଫଳତା ପାଇଁ କୌଣସି କ୍ଷୁଦ୍ର ରାସ୍ତା ନାହିଁ । ଉତ୍ତରପ୍ରଦେଶର ବରେଲୀର ଏକ ଛୋଟ ଗ୍ରାମ ସିରାଲୋର ହିମାଂଶୁ ଗୁପ୍ତା ଯେତେବେଳେ ଟିଭିରେ ବଡ ଓ ସଫଳ ଲୋକଙ୍କ ଆତ୍ମଜୀବନୀ ଦେଖୁଥିଲେ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ । ଏପରି କି ସେ ନିଜକୁ ମଧ୍ୟ ସଫଳ କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ଶେଷରେ ନିଜ ବାପାଙ୍କ ଚା ଦୋକାନରେ କାମ କରୁଥିବା ଏହି ଶିଶୁ ୟୁପିଏସସି ପାସ୍ କରିଥିଲେ । ଆସନ୍ତୁ ଜାଣିବା କିପରି ଅସମ୍ଭବକୁ ସମ୍ଭବ କରିପାରିବେ ହିମାଂଶୁ ।

ହିମାଂଶୁ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ।  ତାଙ୍କ ପିତା ଦିନ ମଜୁରିଆ ଭାବେ କାମ କରୁଥିଲେ । ପରେ ସେ ଠେଲା ଗାଡିରେ ଚା ବିକ୍ରି କରୁଥିଲେ । ହିମାଂଶୁ ସ୍କୁଲରୁ ଫେରିବା ପରେ ପିତାଙ୍କ ଠେଲାରେ କାମ କରୁଥିଲେ । ଏହି ବାଧାବିଘ୍ନ ସତ୍ତ୍ନେ ସେ ନିଜ ପାଠ ପଢୁଥିଲେ ।  ସେ ପ୍ରତିଦିନ ୭୦ କିମି ପାଠ ପଡିବାକୁ ଯାଉଥିଲେ । ସେ ଦ୍ୱାଦଶ ପରେ ଏକ ଜେନେରାଲ ଷ୍ଟୋର ଦେଇଥିଲେ । ଯାହା ଏବେବି ରହିଛି । ଦ୍ୱାଦଶ ପରେ ସେ ଦିଲ୍ଲୀର ହିନ୍ଦୁ କଲେଜରେ ପାଠ ପଢିଥିଲେ । ପାଠପଢା ଖର୍ଚ୍ଚ ଦୂର କରିବା ପାଇଁ ସେ ଅନ୍ୟ କାମ ମଧ୍ୟ କରୁଥିଲେ । ସେ ଟ୍ୟୁସନରେ ପାଠ ପଢାଇବା ସହ ପେଡ୍ ବ୍ଲଗ୍ ଲେଖୁଥିଲେ । ଏପରିକି ସେ ସ୍କୋଲାରସିପ୍ ହାସଲ କରିଥିଲେ ।  ସେ ୟୁଜିସି ନେଟ୍ ପରୀକ୍ଷା ଉତୀନ୍ନ କରିଥିଲେ । ଏପରିକି ସେ ନିଜ କଲେଜରେ ମଧ୍ୟ ଟପ୍ ହୋଇଥିଲେ । ଏହି ସମୟରେ ତାଙ୍କ ମନରେ ୟୁପିଏସସି ପାସ୍ କରିବାର ସ୍ୱପ୍ନ ଉଠିଥିଲା ।

ହିମାଂଶୁ କୋଚିଂ କରିପାରିନଥିଲେ । ସେ ନିଜେ ପାଠପଢୁଥିଲେ ।କିନ୍ତୁ ପ୍ରଥମ ଚେଷ୍ଟାରେ ସେ ଫେଲ୍ ହୋଇଥିଲେ । କାରଣ ପାଠପଢା ସହ ସେ କାମ କରି ଘରକୁ ଟଙ୍କା ମଧ୍ୟ ପଠାଉଥିଲେ । ପରେ ସେ ଅଧିକରୁ ଅଧିକ ସମୟ ପାଠ ପଢିଥିଲେ । ଏହାପରେ ସେ ୟୁପିଏସସି ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ୩୦୪ ରାଙ୍କ୍ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.