Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆସୀମଙ୍କ ସହ ବିବାହ କରି ସାରିଛନ୍ତି ହିମାଂଶୀ ? ହାତରେ ଚୁଡ଼ି ଏବଂ ମଙ୍ଗଳସୂତ୍ର ପିନ୍ଧିଥିବାର ଫଟୋ ଭାଇରାଲ୍

11/06/2020 at 5:35 PM

ମୁମ୍ବାଇ ୧୧/୬: ବିଗ୍ ବସ୍ ୧୩ର ପ୍ରତିଯୋଗୀ ହିମାଂଶୀ ଖୁରାନା ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି,ଯେଉଁଥିରେ ସେ ନିଜ ହୀରାର ମୁଦିକୁ ଦେଖାଇଛନ୍ତି।

ହିମାଂଶୀଙ୍କ ଆଙ୍ଗୁଳିରେ ମୁଦି ଦେଖି ଲୋକେ ତାଙ୍କ ବିବାହର ଅନ୍ଦାଜା ଲଗାଇଛନ୍ତି। ଜଣେ ପ୍ରଶଂସକ ତାଙ୍କ ହାତରେ ମଙ୍ଗଳସୂତ୍ର ପିନ୍ଧିବାର କାରଣ ପଚାରିଛନ୍ତି।

ହିମାଂଶୀ ଖୁରାନା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରି​‌ରେ ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ ହାତରେ ଏକ ହୀରାର ମୁଦି ପିନ୍ଧିଛନ୍ତି। ତାଙ୍କ ହାତରେ ମଙ୍ଗଳସୂତ୍ର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ଅନେକ ଫ୍ୟାନ୍ ଏହା ମଧ୍ୟ କହୁଛନ୍ତି ଯେ ଏହି ଫଟୋ ଆସୀମ ରିୟାଜ ଏବଂ ହିମାଂଶୀଙ୍କ ନୂଆ ଗୀତ ‘ଖୟାଲ ରଖା କର’ ସମୟର।

ହିମାଂଶୀଙ୍କ କିଛି ଦିନ ତଳର ଫଟୋରେ ସେ ଲାଲ ରଙ୍ଗର ଚୁଡ଼ି ପିନ୍ଧିଛନ୍ତି।

   Related Posts