୧୦ ବର୍ଷ ପୁରୁଣା ପ୍ରେମକୁ ଭୁଲିଲେ ହିମାଂଶୀ , ଏବେ ଆସିମ ରିୟାଜଙ୍କ ସହ ହେଲା ନିର୍ବନ୍ଧ!
13/03/2020 at 5:20 PM

ମୁମ୍ବାଇ ୧୩/୦୩ : ବିଗ ବସ ସିଜନ ୧୩ ନିକଟରେ ସମାପ୍ତ ହୋଇଛି | ଏହି ରିଆଲିଟି ଶୋ ୪ ମାସରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନ କରିଥିଲା | ଏହି ରିଆଲିଟି ଶୋରେ ଅନେକ ସମ୍ପର୍କ ଯୋଡି ହୋଇଛି | କାହା କାହା ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ଯୋଡି ହୋଇଛି ତ ଆଉ କାହା ମଧ୍ୟରେ ପ୍ରେମ ସମ୍ପର୍କ | କିଛି ପୁରୁଣା ସମ୍ପର୍କ ଭାଙ୍ଗି ନୂଆ ସମ୍ପର୍କ ମଧ୍ୟ ଯୋଡି ହୋଇଯାଇଛି | ‘ପଞ୍ଜାବର ଐଶ୍ୱର୍ଯ୍ୟା ରାୟ’ ହିମାଂଶୀ ଖୁରାନା ନିଜର ୧୦ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ଆସିମ ରିୟାଜଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ | ଉଭୟଙ୍କ ବନ୍ଧୁତ୍ୱ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା | ନିକଟରେ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହୋଇଛି | ଏହି ଫଟୋ ଆସିମାନସୀଙ୍କ ପ୍ରଶଂସକଙ୍କୁ ଚକିତ କରିଥିଲା |

ଆସିମ ରିୟାଜ ବିଗ ବସ ସିଜନ ୧୩ରେ ହିମାଂଶୀ ଖୁରାନାଙ୍କ ସହ ପ୍ରେମଭାବ ନଜର ଆସୁଥିଲା | ଶୋର ଶେଷ ଦିନରେ ହିମାଂଶୀ ମଧ୍ୟ ଏହା ସ୍ୱୀକାର କରିଥିଲେ ଯେ, ସେ ଆସିମଙ୍କୁ ପସନ୍ଦ କରନ୍ତି | ଶୋ ସରିବା ପରେ ମଧ୍ୟ ଉଭୟଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା | କିଛି ଦିନ ପୂର୍ବରୁ ହିମାଂଶୀ ଅସୀମଙ୍କୁ ନିଜ ମାଙ୍କ ସହ ସାକ୍ଷାତ କରାଇଥିଲେ | ଉଭୟଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ସେ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏହି ଫଟୋ ସେୟାର କରିଛନ୍ତି | ଫଟୋରେ ହିମାଂଶୀଙ୍କ ମା ମଧ୍ୟ ଅଛନ୍ତି | କିନ୍ତୁ ଏବେ ଉଭୟଙ୍କ ଯେଉଁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ସେଥିରୁ ଜଣାପଡୁଛି ଯେ, ଉଭୟ ନିର୍ବନ୍ଧ କରିସାରିଛନ୍ତି |

ହିମାଂଶୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି | ଫଟୋରେ ସେ ଏକ ସୁନ୍ଦର ହୀରା ମୁଦି ପିନ୍ଧିଥିବା ଦେଖିବାକୁ ମିଳିଛି | ଫଟୋ ଦେଖି ସମସ୍ତେ ଭାବିଲେ ଉଭୟଙ୍କ ନିର୍ବନ୍ଧ ହୋଇଯାଇଛି | କିନ୍ତୁ ଏହା ସତ ନୁହଁ | ଫଟୋ ଜରିଆରେ ସେ ଏକ ଗହଣା ବ୍ରାଣ୍ଡର ଏନ୍ଡୋର୍ସମେଣ୍ଟ କରିଛନ୍ତି |

ଖୁବ ଶୀଘ୍ର ଅସୀମ ରିୟାଜ ଏବଂ ହିମାଂଶୀ ଖୁରାନା ଏକ ଗୀତରେ ନଜର ଆସିବେ | ଗୀତର ସୁଟିଂ ଚାଲିଛି | ସୁଟିଂ ସମୟର ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଛି |
