Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟାରିୟାଁ ଫେମ୍ ହିମାଂଶ କୋହଲିଙ୍କ ଘରେ ପହଞ୍ଚିଲା କରୋନା : ମାଆ,ବାପା ଏବଂ ଭଉଣୀ କୋଭିଡ ପଜିଟିଭ

31/08/2020 at 11:53 AM

ମୁମ୍ବାଇ ୩୧/୮: ‘ୟାରିୟାଁ’ ଅଭିନେତା ହିମାଂଶ କୋହଲି ଲକଡାଉନ୍ ପୂର୍ବରୁ ହିଁ ନିଜ ପରିବାର ସହ ଦିଲ୍ଲୀରେ ସମୟ ବିତାଉଛନ୍ତି। ସେ ଏବେ ଫିଲ୍ମ ଏବଂ ଟିଭି ଶୋରେ କାମ ନକରୁଥିଲେ ମଧ୍ୟ ସୋସିଆଲ୍ ମିଡିଆ ଜରିଆରେ ସମସ୍ତଙ୍କୁ ଏଣ୍ଟରଟେନ୍ କରୁଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମ୍ ଜରିଆରେ ପ୍ରଶଂସକଙ୍କୁ ସୂଚିତ କରିଛନ୍ତି ଯେ କରୋନା ତାଙ୍କ ଘରେ ପହଞ୍ଚି ସାରିଛି। ହିମାଂଶଙ୍କ ଘରଲୋକଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା ଯାହା ପରେ ପୂରା ପରିବାର କରୋନା ଟେଷ୍ଟ କରାଇଥିଲା। ଏହା ପରେ ଘରର ୩ଜଣ ସଦସ୍ୟଙ୍କଠାରେ କରୋନା ସଂକ୍ରମଣ ଥିବା ଜଣା ଯାଇଥିଲା।

ହିମାଂଶଙ୍କ ଘର ଲୋକେ ବର୍ତ୍ତମାନ ଘରେ ସେଲ୍ଫ କ୍ବାରେଣ୍ଟାଇନ୍ ଅଛନ୍ତି। ୩ଜଣଙ୍କୁ ସାମାନ୍ୟ ଜ୍ବର ରହିଛି। ହିମାଂଶ ଲେଖିଛନ୍ତି ଯେ ‘ ଗତ ୨/୩ଦିନ ହେବ ତାଙ୍କ ମାଆ,ବାପା ଏବଂ ଭଉଣୀ ଦିଶାଙ୍କଠାରେ ଭାଇରାଲ୍ ସଂକ୍ରମଣର ଲକ୍ଷଣ ଦେଖାଯାଇଥିଲା ଏବଂ ସାମାନ୍ୟ ଜ୍ବର ଥିଲା। ନିକଟରେ ସେମାନେ କରୋନା ଟେଷ୍ଟ୍ କରାଇଥିଲେ ଯେଉଁଥିରେ ମା,ବାପା ଏବଂ ଭଉଣୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।’

ଆଗକୁ ସେ କହିଥିଲେ ଯେ,‘ ସେମାନେ ହୋମ୍ କ୍ବାରେଣ୍ଟାଇନ୍ ଅଛନ୍ତି ଏବଂ ସମସ୍ତ ପ୍ରକାରର ନିୟମ ମାନୁଛନ୍ତି। ସେମାନେ ସରକାରୀ ଅଥୋରିଟିଙ୍କୁ ଧନ୍ୟବାଦ ଜଣାଉଛନ୍ତି ସମସ୍ତ ପ୍ରକାରର ପରାମର୍ଶ ଏବଂ ସାହାଯ୍ୟ ଯୋଗାଇବା ପାଇଁ। ଯେଉଁମାନେ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପରିଶ୍ରମ କରୁଛନ୍ତି ତାଙ୍କୁ ସଲାମ। ତାଙ୍କର ଆଶା ରହିଛି ଯେ ସେମାନେ ଏଥିରୁ ଶୀଘ୍ର ଆରୋଗ୍ୟ ହୋଇଯିବେ। ତାଙ୍କୁ ସମସ୍ତଙ୍କ ପ୍ରେମ ଏବଂ ପ୍ରାର୍ଥନାର ଆବଶ୍ୟକତା ରହିଛି।’

   Related Posts