ହିମାନୀ ଶିବପୁରୀ କରୋନାରେ ସଂକ୍ରମିତ : ଇନଷ୍ଟାରେ ପୋଷ୍ଟ କରି ଦେଲେ ସୂଚନା

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩/୯: ଟିଭି ଅଭିନେତ୍ରୀ ହିମାନୀ ଶିବପୁରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଏବିଷୟରେ ସୂଚନା ଦେଇଛନ୍ତି। ହିମାନୀ ଶିବପୁରୀ ନିଜ ଫଟୋ ସେୟାର କରି ଲେଖିଛନ୍ତି ଯେ ଗୁଡ ମର୍ଣ୍ଣିଂ ସେ ସମସ୍ତଙ୍କୁ ସୂଚିତ କରିବାକୁ ଚାହୁଁଛନ୍ତି ଯେ ତାଙ୍କ କରୋନା ଭାଇରସ୍ ରିପୋର୍ଟ ପଜିଟିଭ ଆସିଛି। ଯେଉଁ ବ୍ୟକ୍ତିମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟା କରି ନିଜ ଟେଷ୍ଟ କରାଇ ଦିଅନ୍ତୁ। କୁହାଯାଉଛି ଯେ ହିମାନୀ ଶିବପୁରୀଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ହୋଲି ସ୍ପିରିଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

wp:core-embed/instagram {"url":"https://www.instagram.com/p/CFBfrscpd5G/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CFBfrscpd5G/?utm_source=ig_embed
/wp:core-embed/instagram

ହିମାନୀ ଶିବପୁରୀ ଏହି ପୋଷ୍ଟରେ ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହିତ ସେ ଶୀଘ୍ର ଠିକ୍ ହେବାକୁ ପ୍ରାର୍ଥନା ମଧ୍ୟ କରିଛନ୍ତି। ଏବେ ହିମାନୀ ଟିଭି ଧାରାବାହିକ ହପ୍ପୁ କି ଉଲଟନ୍ ପଲଟନରେ ନଜର ଆସୁଛନ୍ତି। ଏହି ଧାରାବାହିକରେ ସେ ହପ୍ପୁଙ୍କ ମାଆ କଟୋରୀ ଦେବୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଡାକ୍ତର ତାଙ୍କୁ ହୋଲି ସ୍ପିରିଟ୍ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଛନ୍ତି କାରଣ ତାଙ୍କୁ ୬୦ବର୍ଷ ଏବଂ ତାଙ୍କୁ ମଧୁମେହ ମଧ୍ୟ ହୋଇଛି।

{"id":328958,"sizeSlug":"large"}

ହିମାନୀ ଶିବପୁରୀ ଏବଂ ଆଫତାବ ଶିବଦଶାନୀଙ୍କ ପୂର୍ବରୁ ଅମିତାଭ ବଚ୍ଚନ,ଅଭିଷେକ ବଚ୍ଚନ,ମଲାଇକା ଅରୋରା,ଅର୍ଜୁନ କପୁର,ରାଜ ଶାଣ୍ଡିଲ୍ୟ,ରଫ୍ତାର ସହ ଅନ୍ୟ କଳାକାର ମଧ୍ୟ କରୋନାର ସମ୍ମୁଖୀନ ହୋଇ ସାରିଛନ୍ତି।

{"id":328959,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.