ଓଃ କି ଗରମ...,ଉତ୍ତାପରୁ ରକ୍ଷା ପାଇବାକୁ ବରଫ ସହ ଖେଳିବାରେ ମଜିଯାଇଛି ହିମାଳୟନ କଳା ଭାଲୁ

Published By : Prameya-News7 Bureau | July 10, 2021 IST

ସିଲିଗୁଡୀ ୧୦/୦୭: ପାଣିରେ ଶୋଇ ବରଫ ସହ ଖେଳିବାରେ ମସଗୁଲ ହିମାଳୟନ ବ୍ଲାକ୍ ଭାଲୁ । ଗରମରୁ ରକ୍ଷା ପାଇବା ପାଇଁ ଭାଲୁଟି ଏପରି କରିବାରେ ମଜ୍ଜିଯାଇଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତର ଅନେକ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଏପରିକି ଲୁ ଭଳି ସ୍ଥିତି ଉପୁଜିଛି । ଏହି ଭିଡିଓଟି ପଶ୍ଚିମବଙ୍ଗର ସିଲିଗୁଡି ଉପକଣ୍ଠରେ ଥିବା ବଙ୍ଗଳା ସଫାରି ପାର୍କର ।

wp:html /wp:html

ଏଠାରେ ବାବା ନାମକ ହିମାଳୟନ ବ୍ଲାକ୍ ଭାଲୁର ପାଣିରେ ଖେଳିଥିବାର ନଜିର ରହିଛି । ଗରମରୁ କିଛି ସମୟ ପାଇବା ପାଇଁ ଭାଲୁଟି ମୁହଁ ଏବଂ ଶରୀରରେ ବରଫ ବ୍ଲକ୍ ଘଷୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଭାଇରାଲ ହେବା ପରେ ”ଟ୍ୱିଟର ବ୍ୟବହାରକାରୀ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.