ନନ୍ଦନକାନନରେ ପ୍ରାଣ ହରାଇଲା ବିରଳ ହିମାଲୟାନ ଭାଲୁ

Published By : Prameya-News7 Bureau | June 23, 2020 IST

ବାରଙ୍ଗ, ୨୩|୦୬: ନନ୍ଦନକାନନ ଖୁଆଡ ନଂ ୧୫ ରେ ଥିବା ବିରଳ ପ୍ରଜାତିର ହିମାଳୟାନ ମାଇ ଭାଲୁ କୁଲୁ ଆଜି ମୃତୁବରଣ କରିଛି । ଗତ ମାସରୁ ଟିବି ରୋଗରେ ଆକ୍ରନ୍ତ ହୋଇ ଓୟୁଏଟି ପଶୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସତ ହେଉଥିଲା ।

କୁଲୁ ନନ୍ଦନକାନନରେ ଗତ ୧୯୯୫ ମସିହାରେ ଜନ୍ମ ଗ୍ରହଣ କରିଥିଲା । ଏହି ଭାଲୁଟି ସମ୍ଭୁ ନାମକ ଅଣ୍ଡିରା ଭାଲୁ ସହ ମିଳନ କରି ବିଭିନ୍ନ ସମୟରେ ୩ଟି ଛୁଆ ଜନ୍ମ କରିଛି ।  ନନ୍ଦନକାନନ ଖୁଆଡ ନଂ ୧୫ରେ ରହି ଦର୍ଶକ ମାନଙ୍କ ମନରଞନ କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.