କୋହଳ ହେଲା କର୍ଫ୍ୟୁ, ହିମାଚଳ ପ୍ରବେଶ ପଥରେ ଲାଇନ୍ ଲାଗିଲା ଶହ ଶହ କାର୍

Published By : Prameya-News7 Bureau | June 14, 2021 IST

ସିମଲା ୧୪।୬: ହିମାଚଳ ପ୍ରଦେଶରେ ପ୍ରବେଶ କରିବାକୁ ହେଲେ ଆଉ ଦରକାର ହେବନି କୋଭିଡ୍ ୧୯ ଆରଟିପିସିଆର ନେଗେଟିଭ ରିପୋର୍ଟ । କଟକଣା ଉଠାଇ ଦେଇଛନ୍ତି ହିମାଚଳ ପ୍ରଦେଶ ସରକାର । ଏହି ଖବର ଜଣାପଡିବା ପରେ ରାଜ୍ୟକୁ ଆସୁଥିବା ରାସ୍ତାରେ ଶହ ଶହ କାର ଲାଇନ୍ ଲାଗିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ପାଇଁ ଶହ ଶହ କାର୍ ର ଲମ୍ବା ଧାଡି ଦେଖିବାକୁ ମିଳିଛି ।

ସୋମବାରଠାରୁ ହିମାଚଳ ପ୍ରଦେଶରେ କର୍ଫ୍ୟୁ କଟକଣା କୋହଳ ହେବା ପୂର୍ବରୁ ରବିବାର ଦିନ ହିମାଚଳ ପ୍ରଦେଶର ପ୍ରବେଶ ପଥରେ ପରବାଣୁରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଯାନବାହନ ହିମାଚଳ ପ୍ରଦେଶରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ଯାନବାହାନଗୁଡିକର ଧାଡି ଅନେକ କିଲୋମିଟର ରହିଥିଲା । ଯଦିଓ ପ୍ରବେଶ କରିବା ପାଇଁ ଏକ କୋଭିଡ୍ ଇ-ପାସ୍ ର ଆବଶ୍ୟକ ରହିଛି ।

ଗତ ୩୬ ଘଣ୍ଟା ମଧ୍ୟରେ ପ୍ରାୟ ୫,୦୦୦ ଯାନବାହାନ ଶୋଘି ପ୍ରବେଶ ପଥ ଦେଇ ରାଜଧାନୀ ଶିମଲାକୁ ପ୍ରବେଶ କରିଥିଲେ । ସହରରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ପର୍ଯ୍ୟଟକ ହିମାଚଳ ଆସିବାକୁ ପଞ୍ଜୀକରଣ କରିନଥିଲେ । ଯେଉଁମାନେ କେବଳ ପାରବାଣି ପ୍ରବେଶପଥରେ ପଞ୍ଜୀକୃତ ହୋଇଥିଲେ । ସପ୍ତାହର ଶେଷ ଦିନ ହୋଇଥିବାରୁ ଚଣ୍ଡିଗଡ଼, ହରିୟାଣା, ପଞ୍ଜାବ ସମେତ ଦିଲ୍ଲୀରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏବଂ ହିମାଚଳରେ କର୍ଫ୍ୟୁ ପରେ ସୋମବାର ଦିନ ଖୋଲୁଥିବା କାର୍ଯ୍ୟାଳୟ ବାହାର ରାଜ୍ୟରେ ରହୁଥିବା ବହୁ ସଂଖ୍ୟକ କର୍ମଚାରୀ ଛୁଟି ପରେ ହିମାଚଳ ଆଡକୁ ମୁହାଁଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.