ହିମାଚଳ ପ୍ରଦେଶରେ ତୁଷାରପାତ ; ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ

Published By : Prameya-News7 Bureau | May 08, 2018 IST

ହିମାଚଳ ପ୍ରଦେଶରେ ତୁଷାରପାତ । ଗତକାଲିଠୁ ହିମାଚଳ ପ୍ରଦେଶର ଉଚ୍ଚ ପାହାଡିଆ ଅଞ୍ଚଳରେ ମଧ୍ୟମ ଧରଣର ତୁଷାରପାତ ସାଙ୍ଗକୁ ବର୍ଷା ଜାରି ରହିଛି । ଆଗକୁ ତୁଷାରପାତ ସହିତ ପ୍ରବଳବର୍ଷା, କୁଆପଥରମାଡ ସହିତ ଘୁର୍ଣ୍ଣିଝଡ ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସିମଲାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବାବେଳେ କୁଲ୍ଲୁ କିନୌରରେ ତୁଷାରପାତ ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ଓ ତୁଷାରପାତ ଯୋଗୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀକୁ ଖସି ଆସିଛି । ପାଣିପାଗ ବିଭାଗର ସୁଚନା ଅନୁଯାୟୀ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା କାଲି ପର୍ଯ୍ୟନ୍ତ ଲାଗିରହିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.