ପର୍ଯ୍ୟଟକ ମୟ ହେଲା ହିମାଚଳ ରାସ୍ତା: ସଂକ୍ରମଣ ଭୟକୁ ପାସୋରିଗଲେ, ଏକାଠି ବୁଲିବାରେ ମଜିଗଲେ

Published By : Prameya-News7 Bureau | July 06, 2021 IST

ହିମାଚଳ ପ୍ରଦେଶ ୬/୭ : ରାଜରାସ୍ତାରେ ଜମିଛି ପର୍ଯ୍ୟଟକଙ୍କ ଗହଳି । କଟକଣା କୋହଳ ହେଉ ହେଉ ଲୋକେ ଭୁଲିଯାଇଥିଲେ କୋଭିଡ ଭୟ । ଭୁଲିଯାଇଥିଲେ କି କରୋନାର ବିପଦ ଏଯାଏଁ ଟଳିନି । ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏହି ଚିତ୍ର । ଆଉ ଭାଇରାଲ ହେବା ପରେ ଲୋକେ ବହୁତ ସମାଲୋଚନା କରୁଛନ୍ତି । କରୋନା ସମୟରେ ଭିଡ଼ ପାଇଁ ଏହି ଲୋକଙ୍କୁ ଅନେକ କଥା ଶୁଣିବାକୁ ମିଳୁଛି ।

wp:html /wp:html

କରୋନା ଦ୍ୱିତୀୟ ଲହରର ଯାଇଛି କି ନାହିଁ ଏବେ ଦେଖେଦେଲାଣି ତୃତୀୟ ଲହର । ଏଭଳି ସ୍ଥିତିରେ ସର୍ବସାଧାରଣ ସ୍ଥାନରେ ଭିଡ ହେବା ନିଶ୍ଚିତ ଭାବେ ବିପଦ ବୋଲି ଆଶଙ୍କା କରାଯାଉଛି । ସୂଚନା ଥାଉକି, ମନାଲି, ଶିମଲାରେ ଲାଗିଥିଲା ପର୍ଯ୍ୟଟକଙ୍କ ଭିଡ । ପାହାଡ଼ିଆ ଅଞ୍ଚଳରେ ଲୋକେ ମାସ୍କ, ସାମାଜିକ ଦୂରତା ବିନା ଅତି ଆରାମରେ ବୁଲୁଥିବାର ଦେଖାଯାଇଥିଲା । ଏ ଦୃଶ୍ୟ ଦେଖିଲେ ଲାଗୁଛି ଦ୍ୱିତୀୟ ଲହରରେ ହୋଇଥିବା ବିନାଶକୁ ଲୋକମାନେ ଏତେ ଶୀଘ୍ର ଭୁଲିଯାଇଛନ୍ତି । ଏହାକୁ ଦେଖିଲେ ଲଗୁଛି ଖୁବଶୀଘ୍ର ଭାରତରେ ଦେଖାଦେଇପାରେ ତୃତୀୟ ଲହର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.