ଭାଙ୍ଗିଲା ସାନ୍ ବ୍ରଦର୍ସଙ୍କ ଯୋଡି, ଦାଉ ସାଧିଲା ପ୍ରାକୃତିକ ବିପର୍ଯ୍ୟୟ : କରେରୀ ହ୍ରଦ ନିକଟରୁ ଉଦ୍ଧାର ହେଲା ଗାୟକ ମନମିତଙ୍କ ମୃତଦେହ

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୭ :  ହିମାଚଳ ପ୍ରଦେଶରେ ଦାଉ ସାଧିଛି ପ୍ରବଳ ବର୍ଷା  ଭୂସ୍ଖଳନ । ଯୁଆଡେ ଚାହିଁଲେ ସବୁଆଡେ ଜଳମଗ୍ନ । ତେବେ ପ୍ରାକୃତିକ ଦୁର୍ବିପାକ ଅନେକଙ୍କ ପାଇଁ ଆଣିଦେଇଛି ଦୁଃଖ । ଜଣାଶୁଣା ପଞ୍ଜାବୀ ଗାୟକ ମନମିତ ସିଂଙ୍କ ମୃତଦେହ କାଙ୍ଗଡା ଜିଲ୍ଲାର କରେରୀ ହ୍ରଦ ଅଞ୍ଚଳରୁ ମିଳିଛି । ମନମିତ ସିଂହଙ୍କ ଗ୍ରୁପ୍ ସାନ୍ ବ୍ରଦର୍ସ ଭାବରେ ବେଶ୍ ଜଣାଶୁଣା । ମନମିତ ସିଂ ପଞ୍ଜାବର ଜଣେ ପ୍ରସିଦ୍ଧ ସୁଫି ଗାୟକ । 

ସୂଚନା ଅନୁଯାୟୀ କୁହାଯାଉଛି ଯେ ମନମିତ ସିଂହ ଅମୃତସରରୁ ଧର୍ମଶାଳାକୁ ବୁଲିବାକୁ ଆସିଥିଲେ । ତାଙ୍କ ସହ ତାଙ୍କ ଭାଇ ଓ ଅନ୍ୟ ଚାରିଜଣ ସାଙ୍ଗ ମଧ୍ୟ ଥିଲେ । ଭାରତ ବ୍ୟତୀତ ସାନ ବ୍ରଦର୍ସ ବିଦେଶରେ ମଧ୍ୟ ଗୀତ ଗାଇ ଲୋକଙ୍କ ହୃଦୟ ଜିତିଥିଲେ। କିନ୍ତୁ ହିମାଚଳ ପ୍ରଦେଶରେ ଆସିଥିବା ଏହି  ବିପର୍ଯ୍ୟୟ ସାନ୍ ବ୍ରଦର୍ସଙ୍କ ଯୋଡିକୁ ଭାଙ୍ଗି ଦେଇଛି। ବୁଧବାର ଧରମସାଲା ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ବନ୍ୟା ହେବା ପରେ ମନମିତ ସିଂହ ନିଖୋଜ ଥିଲେ ।

ମନମିତ ସିଂହ ଏବଂ ତାଙ୍କ ଭାଇ କର୍ଣ୍ଣପାଲ ଓ ସେମାନଙ୍କର ଅନ୍ୟ ଚାରିଜଣ ସାଙ୍ଗ ମଧ୍ୟ ଧର୍ମଶାଲାରେ ପହଞ୍ଚିଥିଲେ । ଏହା ପରେ ସମସ୍ତେ ଏକାଠି ହୋଇ କରେରି ହ୍ରଦକୁ ଯାଇଥିଲେ । ରାତିରେ ପ୍ରବଳ ବର୍ଷା ହେତୁ ସମସ୍ତେ ସେଠାରେ ରହିଥିଲେ । ଯେତେବେଳେ ସମସ୍ତ ଲୋକ ସେଠାରୁ ଫେରୁଥିଲେ, ହଠାତ୍ ମନମିତ ସିଂହ ଏକ ଖାଲ ପାର ହେବା ସମୟରେ ପ୍ରବଳ ଜଳ ସ୍ରୋତରେ ଭାସି ଯାଇଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଯେତେବେଳେ ମନମିତ ସିଂହଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ ।

ସେତେବେଳେ ତାଙ୍କ ଭାଇ ଏବଂ ସାଙ୍ଗମାନଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।  କିନ୍ତୁ କଙ୍ଗଡା ଜିଲ୍ଲାର ପୋଲିସ ଅଧୀକ୍ଷକ ଅମୃତସର ରହୁଥିବା ମନମିତ ସିଂହଙ୍କ ବିଷୟରେ ସୂଚନା ପାଇଥିଲେ କି ସେ କରେରି ହ୍ରଦ ନିକଟରେ ନିଖୋଜ ହୋଇଯାଇଛନ୍ତି । ବିଳମ୍ବିତ ରାତିରେ ରିଲିଫ ଟିମ୍ ବହୁ ଖୋଜା ଖୋଜି ପରେ ପରେ ତାଙ୍କ ମୃତଦେହ କରେରି ଗ୍ରାମରୁ ନିକଟରୁ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.