ହିମାଚଳ ପ୍ରଦେଶରେ ନିଖୋଜ ୧୭ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ, ୨ ଉଦ୍ଧାର ଓ ରେସ୍କ୍ୟୁ ଜାରି

Published By : Prameya-News7 Bureau | October 23, 2021 IST

କିନ୍ନୌର ୨୩/୧୦: ହିମାଚଳ ପ୍ରଦେଶରେ ପର୍ଯ୍ୟଟକ, ପୋର୍ଟର ଏବଂ ନିଖୋଜ ଥିବା ଗାଇଡ୍ ସମେତ ୧୭ ଜଣ ଟ୍ରେକରଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଲୋକଙ୍କ ନିଖୋଜ ସମ୍ପର୍କରେ ସୂଚନା ପାଇବା ପରେ ବାୟୁସେନା ଲାମଖାଗା ପାସରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି।

ଗତ ୧୮ ତାରିଖରେ ଉତ୍ତରାଖଣ୍ଡ ଲାମଖାଗା ଗିରିପଥରେ ପ୍ରବଳ ତୁଷାରପାତ ଓ ଖରାପ ପାଗ ଯୋଗୁଁ ୧୭ ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୧୧ ଜଣ ନିଖୋଜ ହୋଇଯାଇଥିଲେ । ହିମାଚଳ କିନ୍ନୌର ଜିଲ୍ଲାକୁ ଉତ୍ତରାଖଣ୍ଡର ହରସିଲ ସହ ସଂଯୋଗ କରୁଥିବା ଲାମଖାଗା ଗିରିପଥକୁ ଯାଇଥିବା ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତଦେହ ମିଳିଥିବା ଅନ୍ୟ ୪ଜଣ ଏବେବି ନିଖୋଜ ଅଛନ୍ତି ।

wp:html /wp:html

ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନର ଅନୁରୋଧ କ୍ରମେ ଭାରତୀୟ ବାୟୁସେନାର ୨ଟି ଅତ୍ୟାଧୁନିକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ୨୦ ତାରିଖରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏହି ହେଲିକପ୍ଟର ସହାୟତାରେ ଏନଡିଆରଏଫ୍ ର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମ ଦିନ ସମୁଦ୍ର ପତନ ଠାରୁ ୧୯, ୫୦୦ ଫୁଟ ଉଚ୍ଚରେ ଖୋଜାଖୋଜି ଆରମ୍ଭ ହୋଇଥିଲା ।

ତା ପରଦିନ ୧୫୦୦ ଫୁଟ ଉଚ୍ଚରୁ ଖୋଜିବା ପରେ ୪ଜଣଙ୍କ ମୃତଦେହ ମିଳିଥିଲା । ଏହାସହ ଆସାମର ଡୋଗ୍ରା ସ୍କାଉଟ ଓ ଆଇଟିବିପିର ମିଳିତ ପ୍ୟାଟ୍ରୋଲିଙ୍ଗରେ ଅନ୍ୟ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହଗୁଡିକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିବାବେଳେ ଆହତ ଦୁଇ ପର୍ବତାରୋହୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.