ରେକର୍ଡ କଲା କିନ୍ନୌର, ୧୦୦ ପ୍ରତିଶତ ଟିକାକରଣ ସହ ବନିଲା ପ୍ରଥମ ଜିଲ୍ଲା

Published By : Prameya-News7 Bureau | October 14, 2021 IST

କିନ୍ନୌର ୧୪।୧୦: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ସୃଶ୍ଟି କରିଛି ନୂଆ ରେକର୍ଡ । ଦେଶର ପ୍ରଥମ ଜିଲ୍ଲା ହୋଇପାରିଛି । ଯେଉଁଠାରେ ସମସ୍ତ ଲୋକଙ୍କୁ ଉଭୟ କରୋନା ଟିକା ଦିଆଯାଇଛି । ଏହି ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାର ଡେପୁଟି କମିଶନର ଆବିଦ୍ ହୁସେନ୍ ସାଦିକ କହିଛନ୍ତି ଯେ କରୋନା ଟିକା ର ଉଭୟ ଡୋଜ ଏଠାରେ ଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ।

ସେ କହିଛନ୍ତି ଯେ ଜିଲ୍ଲାର ଏଭଳି ଲୋକଙ୍କ ସଂଖ୍ୟା ୬୦,୩୦୫ ଅଟେ । ଏହି ସମସ୍ତ ଲୋକଙ୍କୁ ଟିକା ଦିଆଯାଇଛି । ଡେପୁଟି କମିଶନର କହିଛନ୍ତି ଯେ ଟିକା ବିନା ଜିଲ୍ଲାର କୌଣସି ବ୍ୟକ୍ତି ଯେପରି ରହିବେ ନାହିଁ । ସେଥିପାଇଁ ମେଡିକାଲ ଏବଂ ପାରା-ମେଡିକାଲ କର୍ମଚାରୀମାନେ ଦିନରାତି ପରିଶ୍ରମ କରିଥିଲେ । ଏହି ଜିଲ୍ଲାର ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କାରଣ, ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରି ବିପର୍ଯ୍ୟୟ ଏହି ଅଞ୍ଚଳ ପାଇଁ ଏକ ସାଧାରଣ କଥା । ଏପରି ପରିସ୍ଥିତିରେ, ଏହି ଲକ୍ଷ୍ୟ ହାସଲ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ଥିଲା । ଚଳିତ ବର୍ଷ ପ୍ରବଳ ବର୍ଷା ହେତୁ ଜିଲ୍ଲାର ଲୋକଙ୍କୁ ଅନେକ ଥର ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଥିଲା ଯାହା ଟୀକାକରଣ ପଥରେ ଏକ ଚ୍ୟାଲେଞ୍ଜ ପାଲଟିଥିଲା ।

ସୂଚନା ଥାଉକି, ହିମାଚଳ ପ୍ରଦେଶର ୫୩.୭୭ ଲକ୍ଷ ଲୋକଙ୍କୁ ଟୀକାକରଣର ପ୍ରଥମ ମାତ୍ରା ଦେଇ ଏହା ଦେଶରେ ଏକ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଅଗଷ୍ଟ ୩୦ରେ ହିମାଚଳ ପ୍ରଦେଶ ଏହି ସଫଳତା ହାସଲ କରିଥିଲା । ବର୍ତ୍ତମାନ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାକୁ ସମ୍ପୂର୍ଣ୍ଣ ଟିକାକରଣ କରାଯିବାକୁ ଥିବା ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.