ହିମାଚଳ ପ୍ରଦେଶରେ ଭୁଶୁଡ଼ିଲା ହୋଟେଲ: ୧୫ ମୃତ, ଫଶି ରହିଛନ୍ତି ୩୫ ଯବାନଙ୍କ ସମେତ ୫୦ରୁ ଅଧିକ
14/07/2019 at 5:35 PM

ହିମାଚଳ ପ୍ରଦେଶ୧୪|୭: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା। ହିମାଞ୍ଚଳ ପ୍ରଦେଶର କୁମାରହଟ୍ଟିରେ ଥିବା ତିନି ମହଲା ହୋଟେଲ ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ନେଇ ସୂଚନା ହସ୍ତଗତ ହୋଇଛି।
ଏମାନଙ୍କ ମଧ୍ୟରୁ ୩୫ ଜଣ ଆର୍ମି ଯବାନ ରହିଛନ୍ତି। କୁଯାଉଛି ଆର୍ମି ଯବାନମାନେ ମଧ୍ୟାହ୍ନ ଭୋଜନ ପାଇଁଏହି ହୋଟେଲକୁ ଯାଇଥିଲେ। ସେହି ସମୟରେ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଫଶି ରହିଥିବା ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ୧୮ ଜଣଙ୍କୁ କୋଠାରୁ ଉଦ୍ଧାର କରାଯାଇଛି।
ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣା ଅନୁଧ୍ୟାନ କରୁଛନ୍ତି। ସୋଲାନର ଏସଡିଏମ ରୋହିତ ଠାକୁରଙ୍କ ଉସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସୋଲାନରେ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।