ଭୟଙ୍କର ଭୂସ୍ଖଳନ : ଚାହୁଁ ଚାହୁଁ ଭୁଶୁଡିଲା ୮ ମହଲା କୋଠା, ଭୟରେ ଥରିଲେ ଲୋକେ

Published By : Prameya-News7 Bureau | October 01, 2021 IST

ସିମଲା ୧୦/୦୯: ହିମାଚଳ ପ୍ରଦେଶରେ ଭୁଶୁଡିଲା ୮ ମହଲା କୋଠା । ଶିମ୍ ଲା କଚ୍ଚିଘାଟ ଅଞ୍ଚଳରେ ଏକ ୮ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଲଗାଣ ବର୍ଷା ଯୋଗୁ କୋଠା ଭୁଶୁଡି ପଡିବା ଆଶଙ୍କା କରି ୧୫ ଦିନ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଲୋକଙ୍କ ସେଠାରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲା।

wp:html /wp:html

ଫଳରେ ଏକ ବଡ଼ଧରଣର ବିପଦକୁ ଟଳି ଯାଇଛି । ବର୍ଷାଜନିତ ଭୂସ୍ଖଳନ ଆଶଙ୍କା ଲାଗି ରହିଥିବା ବେଳେ ଶିମଲା ସହରରେ ଏବେ ମଧ୍ୟ ୫ ରୁ ୧୨ ମହଲା ବିଶିଷ୍ଟ ଅନେକ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି । ଘଟଣା ପରେ ସ୍ଥାନୀୟ ଅଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.