Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ପ୍ରଥମ ପର୍ଯ୍ୟାୟରେ କେଉଁମାନଙ୍କୁ ଭ୍ୟାକସିନ୍ ଦିଆଯିବ ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

24/10/2020 at 1:04 PM

ଶିମଲା ୨୪/୧୦ : ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସୁସ୍ଥହାର ମଧ୍ୟ ବୃଦ୍ଧି ପାଇଛି। ଏଥିରୁ ଅନୁମାନ କରାଯାଉଛି ଯେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣ ହୋଇଯିବ। କିନ୍ତୁ ଶୀତ ଋତୁ କରୋନା ପାଇଁ ସଂଜୀବନୀ ହୋଇପାରେ। ଶୀତ ଋତୁରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। କାରଣ ଶୀତ ଋତୁରେ ସାଧାରଣତଃ ଥଣ୍ଡା-କାଶ, ଜ୍ୱର ଆଦି ହୋଇଥାଏ। ଏହି ସମୟରେ ଶ୍ୱାସ ସମ୍ବନ୍ଧିତ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ଯାହା କରୋନା ସଂକ୍ରମଣ ବଢ଼ିବାରେ ସହାୟକ ହୋଇପାରେ। ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ରାଜୀବ ସେଜଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଶୀତ ଋତୁରେ କରୋନା ମାମଲା ବୃଦ୍ଧି ପାଇବାର ଅନେକ ଆଶଙ୍କା ରହିଛି। ଏହିଭଳି ସ୍ଥିତିରେ ୩ ନିୟମ ପାଳନ କରିବା ନିହାତି ଜରୁରୀ। ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ କରିବା ଓ ବାରମ୍ବାର ହାତ ଧୋଇବା ବା ସାନିଟାଇଜ୍ କରିବା। ଏହିସବୁ ନିୟମ ପାଳନ କଲେ ଭ୍ୟାକସିନ୍ ବିନା ମଧ୍ୟ କରୋନାକୁ ମାତ ଦିଆଯାଇପାରିବ। ଶୀତ ଋତୁରେ ଅଧିକ ସଚେତନ ରହିବାକୁ ପଡିବ ବୋଲି ସେ କହିଛନ୍ତି। ଏନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢିଯାଇଛି।

କରୋନାକୁ ମାତ ଦେବା ପାଇଁ ଅକ୍ଟୋବର ୨୭ ତାରିଖରେ ହେବାକୁଥିବା କ୍ୟାବିନେଟ ବୈଠକରେ ରୋଡମ୍ୟାପ ପ୍ରସ୍ତୁତ ହେବ। ଆଗାମୀ ଦିନରେ କରୋନା ବିରୋଧରେ କିପରି ସଂଗ୍ରାମ କରିବାକୁ ହେବ ସେନେଇ ବୈଠକରେ ଚର୍ଚ୍ଚା ହେବ। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କରୋନା ସ୍ଥିତି ନେଇ ପ୍ରେଜେଣ୍ଟେସନ ଦେବେ। ହିମାଚଳରେ ବର୍ତ୍ତମାନ ପ୍ରତିଦିନ ୩ ହଜାର କରୋନା ଟେଷ୍ଟ ହେଉଛି। ଆଗକୁ ଏହା ୪ ହଜାର କରାଯିବ। କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ମରାଯିବ। ହିମାଚଳରେ ଏବେ ସୁଦ୍ଧା ୨୦ ହଜାର ଲୋକ ସଂକ୍ରମିତ ହୋଇ ସାରିଛନ୍ତି | ଏଥିରୁ ୨ ହଜାର ୫୪୨ ଆକ୍ଟିଭ ମାମଲା ଥିବାବେଳେ ୧୭ ହଜାର ୫୦ଜଣ ସୁସ୍ଥ ହୋଇ ସାରିଛନ୍ତି। ୨୮୦ ଜଣଙ୍କ ମୃତ୍ୟୁ ହୋଇଛି।

ସାରା ଦୁନିଆ କରୋନା ଭ୍ୟାକସିନ ଅପେକ୍ଷାରେ ରହିଛି। ତେବେ ଭ୍ୟାକସିନ୍ କେବେ ସୁଦ୍ଧା ଆସିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ହିମାଚଳ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜୀବ ସେଜଲ୍ ସ୍ପଷ୍ଟ କରିଛନ୍ତି ଯେ ଭ୍ୟାକସିନ୍ ଆସିଲେ ହିମାଚଳ ପ୍ରଦେଶରେ, ଯେଉଁମାନେ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ରହିଛି ସେମାନଙ୍କୁ ଦିଆଯିବ। ହିମାଚଳରେ ଆକ୍ଟିଭ୍ ମାମଲା ଖୋଜ ଅଭିଯାନରେ ୧୦ ଲକ୍ଷରୁ ଅଧିକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ଜୀବନ ପ୍ରତି କରୋନା ସଂକ୍ରମଣ ଠାରୁ ବିପଦ ରହିଛି। ତାଛଡା ଅନ୍ୟ ଗମ୍ଭୀର ରୋଗରେ ପୀଡିତ, ୧୦ ବର୍ଷରୁ କମ ବୟସ ଶିଶୁ ଓ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ମଧ୍ୟ ସାମିଲ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସରକାର ଏ ସମ୍ପର୍କରେ ଅଧିକାରିକ ନିଷ୍ପତ୍ତି ନେଇନାହାନ୍ତି। ଭ୍ୟାକସିନ୍ ଆସିବ ପରେ ଏ ସମ୍ପର୍କରେ ବିଚାର କରାଯିବ।

   Related Posts