ଆତଙ୍କବାଦୀ ହମଲାରେ ୨୪ ବର୍ଷୀୟ ଯବାନ ଶହୀଦ, ନଭେମ୍ବରରେ ହୋଇଥାନ୍ତା ବାହାଘର...

Published By : Prameya-News7 Bureau | August 01, 2020 IST

ହମିରପୁର ୦୧/୦୮ : ହିମାଚଳ ପ୍ରଦେଶ ଆଉ ଜଣେ ଯବାନ ଶହୀଦ ହୋଇଛନ୍ତି | ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ହମିରପୁର ଜିଲ୍ଲାର ଜଣେ ଶହୀଦ ହୋଇଛନ୍ତି | ୨୪ ବର୍ଷ ବୟସ୍କ ଶହୀଦ ରୋହୀନ କୁମାରଙ୍କ ଆସନ୍ତା ନଭେମ୍ବର ମାସରେ ବିବାହ ହେବାର ଥିଲା | ଶହୀଦ ଯବାନ ଭାରତୀୟ ସେନାର ୧୪ ପଞ୍ଜାବ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ | ସେ ୪ ବର୍ଷ ପୂର୍ବରୁ ସେନାରେ ଭର୍ତ୍ତି ହୋଇଥିଲେ |

ହମିରପୁର ଡିସି ହରିକେଶ ମିନା କହିଛନ୍ତି ଯେ ରୋହୀନ କୁମାର ଶହୀଦ ହୋଇଥିବା ଖବର ମିଳିଛି | ଏ ସମ୍ବନ୍ଧରେ ଅଧିକ ତଥ୍ୟ ଆସିନାହିଁ | ଶହୀଦଙ୍କ ପରିବାରକୁ ମଧ୍ୟ ଫୋନରେ ଖବର ଦିଆଯାଇଛି | ନିକଟରେ ଚୀନ ସେନା ସହ ହିଂସାରେ ହମିରପୁରର ୨୨ ବର୍ଷ ବୟସ୍କ ଯବାନ ଅଙ୍କୁଶ ମଧ୍ୟ ଶହୀଦ ହୋଇଥିଲେ |

ରୋହୀନ କୁମାରଙ୍କ ପିତା ରସିଲ ସିଂହ ମିଠା କାରିଗର | ଆସନ୍ତା ନଭେମ୍ବର ମାସରେ ତାଙ୍କର ବିବାହ ହେବାର ଥିଲା | ବିବାହ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା | କିନ୍ତୁ ହଠାତ ଏହି ଦୁଖଦ ଖବର ପରିବାରକୁ ଦୋହଲାଇ ଦେଇଛି | ହମିରପୁର ବଡସରର ହନେ ଯବାନ ଦୁଇ ଦିନ ପୂର୍ବରୁ ଳେହରେ ଶହୀଦ ହୋଇଥିଲେ |

wp:core-embed/twitter {"url":"https://twitter.com/ANI/status/1289442744067211266","type":"rich","providerNameSlug":"twitter","className":""}
https://twitter.com/ANI/status/1289442744067211266
/wp:core-embed/twitter

ପାକିସ୍ତାନ ଲଗାତାର ସୀମାରେ ଅସ୍ତ୍ର ବିରତି ଉଲଙ୍ଘନ କରି ଫାଇରିଙ୍ଗ କରୁଛି | ଶୁକ୍ରବାର ରାତିରେ ଜାମ୍ମୁ କାଶ୍ମୀର ରଜୋରିରେ ପାକିସ୍ତାନ ତରଫରୁ ହୋଇଥିବା ଫାଇରିଙ୍ଗରେ ରୋହୀନ କୁମାର ଶହୀଦ ହୋଇଛନ୍ତି |

ଅପରପକ୍ଷରେ ଭାରତୀୟ ସେନା ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀର କୂପବାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିବାକୁ ଉଦ୍ୟମକୁ ଅସଫଳ କରି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି | ସୁରକ୍ଷା ମନ୍ତ୍ରାଳୟ ପ୍ରବକ୍ତା କର୍ଣ୍ଣଲ ରାଜେଶ କାଲିୟା କହିଛନ୍ତି ଯେ, ଶୁକ୍ରବାର ଭୋର ପାଖାପାଖି ୩ଟା ସମୟରେ କୂପବାଡା ଜିଲ୍ଲାରେ ମାଛିଲ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ୬୦୦ ମିଟର ଦୂରରେ ଅଜଣା ଲୋକଙ୍କ ସନ୍ଦିଗ୍ଧ ବ୍ୟବହାର ନେଇ ସନ୍ଦେହ କରିଥିଲେ | ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ଅଟକାଇ ଦେଇଥିଲେ | ଲଗାତାର ବୁଲି ବିନିମୟ ହୋଇଥିଲା | ଘଟଣାସ୍ଥଳରୁ ଦୁଇଟି ଏକେ ରାଇଫଲ, ଗୋଟିଏ ସ୍ନାଇପାର ରାଇଫଲ, ୮ଟି ଗୋଳାବାରୁଦ ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.