Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଏମିତି ଏକ ଅଭିଶପ୍ତ ପରିବାର, ୨୦ ବର୍ଷ ବୟସରେ ହରାଇ ଦିଅନ୍ତି ଦୃଷ୍ଟି ଶକ୍ତି

22/05/2020 at 10:42 AM

ନୁରପୁର ୨୨/୦୫ : ପ୍ରକୃତି ଏମିତି ଅନେକ ଘଟଣା ଘଟିଥାଏ ଯାହା ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଜଟିଳତା ସୃଷ୍ଟି କରିଥାଏ | ଏମିତି କିଛି ରହସ୍ୟମୟୀ ଘଟଣା ସାମ୍ନାରେ ଆଧୁନିକ ବିଜ୍ଞାନ ମଧ୍ୟ ହାର ମାନିଯାଇଥାଏ | ହିମାଚଳ ପ୍ରଦେଶର ନୁରପୁର ଅଞ୍ଚଳର ଖନ୍ନି ଗାଁରେ ବାସ କରୁଥିବା ଚିରାଗଦିନ ଓ ତାଙ୍କ ବଂଶ ପ୍ରକୃତିର ଏମିତି ଏକ ଅଭିଶାପଗ୍ରସ୍ତ ହିଅଛନ୍ତି ଯାହା ଆପଣ ବିଶ୍ୱାସ କରି ପାରିବେନି | ଚିରାଗଦିନ ପରିବାରର ୩୬ ବର୍ଷ ବୟସ୍କ ଜଣେ ସଦସ୍ୟ ଏହି ଅବିଶପ ସମ୍ପର୍କରେ ଖୁଲାସା କରିଛନ୍ତି | ସେ କହିଛନ୍ତି, ତାଙ୍କ ପରିବାର ପ୍ରତ୍ୟେକ ସଦସ୍ୟ ଯେତେବେଳେ ୨୦ ବର୍ଷ ବୟସରେ ପାଦ ଦିଅନ୍ତୁ ସେମାନଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଥାଏ | ବର୍ତ୍ତମାନ ତାଙ୍କ ବଂଶରେ ଯେଉଁମାନେ ୨୦ ବର୍ଷ ବୟସ ପାର କରି ସାରିଛନ୍ତି, ସେମାନେ ଦୃଷ୍ଟି ଶକ୍ତି ହରାଇ ସାରିଛନ୍ତି |

ସେ କହିଛନ୍ତି ତାଙ୍କ ପରିବାର ଏହି ଦୁର୍ଗତି ସମ୍ପର୍କରେ କେହି ମଧ୍ୟ କିଛି ପତା କରି ପାରୁନାହାନ୍ତି | ତାଙ୍କୁ ବର୍ତ୍ତମାନ ୩୬ ବର୍ଷ ବୟସ | ୧୬ ବର୍ଷ ପୂର୍ବରୁ ଯେତେବେଳେ ସେ ନିଜର ଦୃଷ୍ଟି ଶକ୍ତି ହରାଇଥଲେ ସେତେବେଳେ ମାମଲାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା | ଏହି ମାମଲା ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ ତାଙ୍କ ଗାଁରେ ପହଞ୍ଚିଥିଲେ | ସ୍ୱାସ୍ଥ୍ୟ ବିଭାଗ ଟିମ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ | ସେ ଭାବିଥିଲେ ସ୍ୱାସ୍ଥ୍ୟ ବିଭାଗ ଟିମ ରକ୍ତ ନମୁନା ଯାଞ୍ଚ କରି ପତା କରିବେ ଯେ ତାଙ୍କ ପରିବାର ସଦସ୍ୟ ୨୦ ବର୍ଷ ବୟସରେ କାହିଁକି ଦୃଷ୍ଟି ଶକ୍ତି ହରାଇ ଅନ୍ଧ ହୋଇଯାଉଛନ୍ତି | କିନ୍ତୁ ଆଜି ପର୍ଯ୍ୟନ୍ତ ଚିରାଗଦିନଙ୍କ ପରିବାରକୁ କୌଣସି ରିପୋର୍ଟ ପ୍ରାପ୍ତ ହୋଇନାହିଁ | ବର୍ତ୍ତମାନ ଏହି ପରିବାର ଭଗବାନଙ୍କ ଭରସାରେ |

   Related Posts